ମୁମ୍ବାଇ: ପ୍ରଶଂସକମାନେ ଦୀର୍ଘଦିନ ଧରି ଅଭିନେତା ରଣବୀର କପୁରଙ୍କ ଇନ୍ଷ୍ଟାଗ୍ରାମ ଡେବ୍ୟୁକୁ ଅପେକ୍ଷା କରି ରହିଛନ୍ତି। କରଣ ଜୋହର କହିଛନ୍ତି, ରଣବୀର ସୋସିଆଲ ମିଡିଆରେ ଅଛନ୍ତି କିନ୍ତୁ ନିଜର ପରିଚୟ ଲୁଚାଇ ରଖିଛନ୍ତି। ସେ ଅନ୍ୟମାନଙ୍କ ପ୍ରୋଫାଇଲ ଦେଖନ୍ତି କିନ୍ତୁ ନିଜେ କିଛି ପୋଷ୍ଟ କରନ୍ତି ନାହିଁ। ପିତା ହେବା ପରେ ଇନ୍ଷ୍ଟାଗ୍ରାମ ଆକାଉଣ୍ଟକୁ ଖୋଲାଖୋଲି ପ୍ରକାଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ରଣବୀର ନିଜେ ଏ ବିଷୟରେ କହିଛନ୍ତି। ସେ ‘ବ୍ରହ୍ମାସ୍ତ୍ର’ ପ୍ରମୋ ସମୟରେ ଇନ୍ଷ୍ଟାଗ୍ରାମ ସହ ଜଡ଼ିତ ଏକ ମଜାଳିଆ କଥା କହିଥିଲେ। ଲୋକମାନେ ଗୁଗ୍ଲରେ ତାଙ୍କ ପ୍ରୋଫାଇଲ ସର୍ଚ୍ଚ କରନ୍ତି। ରଣବୀର ଏବେ ପିତା ହେବାକୁ ଯାଉଛନ୍ତି। ଏହି ଖବର ପାଇଁ ତାଙ୍କ ପ୍ରଶଂସକମାନେ ଖୁସି ବି ଅଛନ୍ତି। ଇନ୍ଷ୍ଟାଗ୍ରାମରେ ଆଲିଆ ଏହି ଖବର ଦେଇଛନ୍ତି। କେବଳ ରଣବୀରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ନୁହେଁ, ଗୁଗ୍ଲରେ ତାଙ୍କ ବିଷୟରେ ଅନେକ ଜିନିଷ ଖୋଜା ଯାଇଥାଏ। ଫିଲ୍ମ ‘ଶମ୍ଶେରା’ର ପ୍ରମୋରେ ସେ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ବିଷୟରେ କହିଥିଲେ।
ରଣବୀରଙ୍କୁ ପଚରାଯାଇଥିଲା ଆପଣଙ୍କର ଇନ୍ଷ୍ଟାଗ୍ରାମ ନାହିଁ। ଏହାର ଉତ୍ତରରେ ସେ କହିଥିଲେ। ମୋ’ର ଅଛି ଯେ, ମୁଁ ଏଥିରେ କିଛି ପୋଷ୍ଟ କରେ ନାହିଁ। ମୋର କେହି ଫଲୋଅର୍ସ ନାହାନ୍ତି। ଆହୁରି ପଚରାଯାଇଥିଲା, ପିତା ହେଲା ପରେ ଏହାକୁ ସାର୍ବଜନୀନ କରିବେ କି? ରଣବୀର କହିଥିଲେ, ଆଦୌ ନୁହେଁ, ଏହା କରିବା ବି ଉଚିତ୍ ନୁହେଁ। ସେ କହିଛନ୍ତି,ସୋସିଆଲ ମିଡିଆ ବିନା ମୁଁ ଭଲ ଅଛି।