Categories: ଜାତୀୟ

ମୁଁ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହୁଛି, ଏହା ଶୁଣି ଲୋକେ ତାଜୁବ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୦ା୮: ସୋସିଆଲ ମିଡିଆରେ ମୁଁ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହୁଛି ବୋଲି ଏକ ପୋଷ୍ଟ ଭାଇରାଲ ହେଉଛି। ଯାହା ଶୁଣି ଲୋକେ ଚକିତ ହୋଇଯାଇଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନାଁ ନେଇ ଜଣେ ଠକ ବ୍ୟକ୍ତି କ୍ୟାବ୍‌ ପାଇଁ ୫୦୦ ଟଙ୍କା ମାଗିଥିଲେ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଜଣେ ୟୁଜରଙ୍କ ସହ କଥା ହୋଇଥିଲେ।

କୈଳାସ ମେଘଓ୍ବାଲ ନାମକ ଜଣେ ୟୁଜର ସ୍ନାପ୍‌ଶଟ୍‌ ଅଗଷ୍ଟ ୨୫ରେ ପୋଷ୍ଟ ଶେୟାର କରିଥିଲେ। ସେହି ପୋଷ୍ଟରେ ଠକ ବ୍ୟକ୍ତି ଜଣକ ନିଜକୁ ସିଜେଆଇ ଚନ୍ଦ୍ରଚୂଡ଼ ବୋଲି ଦର୍ଶାଇ କହିଥିଲେ।

ପୋଷ୍ଟରେ ଏହା ଲେଖାଯାଇଛି ଯେ, ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କଲେଜିୟମ ବୈଠକ ଅଛି। ସେ ଦିଲ୍ଲୀର କନ୍ନାଟ ପ୍ଲେସ୍‌ରେ ଫସି ରହିଛନ୍ତି।

ଏହି ପୋଷ୍ଟରେ ଏହା ମଧ୍ୟ ଲେଖାଯାଇଛି କି, ଡ୍ରାଇଭରଙ୍କୁ ଦେବା ପାଇଁ ତାଙ୍କୁ ୫୦୦ ଟଙ୍କା ଦରକାର ଏବଂ ସେ କୋର୍ଟରେ ପହଞ୍ଚିବା ପରେ ଟଙ୍କା ଫେରସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଠକ ବ୍ୟକ୍ତି ଜଣକ ଏସ୍‌ଏମ୍‌ଏସ୍‌ର ଶେଷ ଭାଗରେ ‘ଆଇପ୍ୟାଡରୁ ପଠାଯାଇଛି’ ଲେଖିଥିଲେ, ଯାହା ଦ୍ୱାରା ଏହା ସତ ମନେହୁଏ।

ଏହି ପୋଷ୍ଟକୁ ଦୁଇ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ୨୫ ହଜାରରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ଅନେକ ଲୋକ କମେଣ୍ଟ ଜରିଆରେ ଏହା ଉପରେ ନିଜର ମତାମତ ଦେଇଛନ୍ତି।

Share