Categories: ବାଣିଜ୍ୟ

ଆଇ ଆମ୍‌ କଲାମ ଚଳଚ୍ଚିତ୍ର ପ୍ରଦର୍ଶିତ

ନୂଆଦିଲ୍ଲୀ,୧୧।୫: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଦିବିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସାମାଜିକ ପ୍ରତିଷ୍ଠାନ ଆଇକେଜେ ଫାଉଣ୍ଡେଶନ ପକ୍ଷରୁ ନିକଟରେ ଆଇ ଆମ୍‌ କଲାମ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ପଞ୍ଚକୁଲାର ମାତା ମନସା ଦେବୀ ମନ୍ଦିର ନିକଟରେ ଥିବା ବସ୍ତିର ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଶିଶୁ ଅଂଶ ଗ୍ରହଣକରି ଉକ୍ତ ଚଳଚ୍ଚିତ୍ରଟିକୁ ଦେଖିଥିଲେ। ଏ ସମ୍ପର୍କରେ ଆଇଜେକେ ଫାଉଣ୍ଡେଶନର ଅଧ୍ୟକ୍ଷା ସାରା ଜୁନେଜା କହିଥିଲେ, ଶିଶୁଙ୍କ ବିକାଶ ସହ ସେମାନଙ୍କୁ ଉତ୍ସାହିତ କରିବା ଲାଗି ଏଭଳି ଉଦ୍ୟମ ଜାରି ରହିବ। ସେହିଭଳି ଚଳିତ ଶିକ୍ଷାବର୍ଷ ପାଇଁ ସାରା ଉକ୍ତ ବସ୍ତିର ଶିଶୁଙ୍କୁ ଆବଶ୍ୟକ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ବସ୍ତିର କେତେଜଣ ଶିଶୁ ସୁନ୍ଦର ଗୀତ ଓ ନୃତ୍ୟକଳା ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜୁନେଜା ପିଲାମାନଙ୍କ ସହ ମିଶି ଭୋଜନ କରିଥିଲେ। ସୂଚନାଯୋଗ୍ୟ, ସାରା ଜୁନେଜା ବିଶିଷ୍ଠ ଉଦ୍ୟୋଗପତି ତଥା ଦିବିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଡ. ସଞ୍ଜୀବ ଜୁନେଜାଙ୍କ ଧର୍ମପତ୍ନୀ। ଦେଶର ବିଭିନ୍ନ ପ୍ରାନ୍ତରେ ସାମାଜିକ କାର୍ଯ୍ୟକ୍ରମ ପାଇଁ ସାରା ଜୁନେଜା ବେଶ୍‌ ଜଣାଶୁଣା।

Share