ମୁମ୍ବାଇ: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍ ବଲିଉଡ୍ର ସୁପରହିଟ୍ ଯୋଡ଼ି ଭାବେ ପରିଚିତ। ଅନେକ ଦର୍ଶକ ତାଙ୍କ ଯୋଡିକୁ ପସନ୍ଦ କରିଥାନ୍ତି। ତେବେ ନିକଟରେ ଭିକି ଏକ ସାକ୍ଷାତ୍କାରରେ କହିଛନ୍ତି, ସେ କ୍ୟାଟ୍ରିନାଙ୍କ ପାଇଁ ଉପଯୁକ୍ତ ସ୍ବାମୀ ନୁହନ୍ତି। କିନ୍ତୁ ସେ ପ୍ରତିଦିନ ନିଜକୁ ଭଲ ସ୍ବାମୀ ଭାବେ ପ୍ରମାଣିତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଭିକିଙ୍କ ଏପରି ଟିପ୍ପଣୀକୁ ନେଇ ଚର୍ଚ୍ଚା ଲାଗିରହିଛି। କ୍ୟାଟ୍ରିନାଙ୍କୁ ବିବାହ ପରେ ତାଙ୍କ ଜୀବନରେ ବହୁ ପରିବର୍ତ୍ତନ ଆସିଥିବା ଅନେକଥର ସେ ଖୋଲାଖୋଲି ଭାବେ କହିଛନ୍ତି। ବିବାହ ପୂର୍ବରୁ ମଣିଷ ଏକା ଥାଏ, ହେଲେ ବିବାହ ପରେ ଅନ୍ୟ ଜଣକ ଆଗମନରେ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଦୁହେଁ ଦୁହିଁଙ୍କୁ ସବୁ ଦୃଷ୍ଟିକୋଣରୁ ବୁଝିପାରିଲେ ଜୀବନ ସହଜ ହୋଇଥାଏ। ବିବାହ ପରେ ଭିକିଙ୍କ ଜୀବନର ସମସ୍ତ ନକାରାତ୍ମକ ସମସ୍ୟା ସକାରାତ୍ମକ ହୋଇଯାଉଛି ବୋଲି ସେ କହିଛନ୍ତି। ୨୦୨୧ ଡିସେମ୍ବରରେ ଭିକି ଏବଂ କ୍ୟାଟ୍ରିନା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିକିଙ୍କୁ ଶେଷଥର ପାଇଁ ୨୦୨୨ରେ ‘ଗୋବିନ୍ଦ ନାମ ମେରା’ ଫିଲ୍ମରେ ଦେଖିବାକୁ ମିଳିଥିଲା। ତେବେ ଆଗକୁ ତାଙ୍କର ଅନେକ ଫିଲ୍ମ ମୁକ୍ତିଲାଭ ହେବାକୁ ଯାଉଛି।