ଇସଲାମାବାଦ୍,୧୩।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକାକୁ ନେଇ ନିଜ ମତ ବଦଳାଇଛନ୍ତି। ତାଙ୍କର ଆମେରିକୀୟ ବିରୋଧୀ ଭାବମୂର୍ତ୍ତିର ବିପରୀତ ଭାବେ ଇମ୍ରାନ କହିଛନ୍ତି ଯେ, ଅନ୍ତର୍ଜାତୀୟ ସମ୍ପର୍କ ବ୍ୟକ୍ତିଗତ ଇଗୋ ଉପରେ ଆଧାରିତ ନୁହେଁ। ମୋ ବିଷୟରେ ମିଥ୍ୟା ପ୍ରଚାର କରାଯାଇଥିଲାବେଳେ ସତ୍ୟ ହେଉଛି ଯେ ମୁଁ ଆମେରିକା ବିରୋଧୀ ନୁହେଁ।
ଇମ୍ରାନ ଖାନ ମାନହାନି ପାଇଁ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ଜେନେରାଲ କାମାର ଜାଭେଦ ବାଜୱାଙ୍କୁ ଦାୟୀ କରିଛନ୍ତି। ଜେନେରାଲ ବାଜୱା ଆମେରିକୀୟମାନଙ୍କୁ କହିଥିଲେ ଯେ, ସେ ଆମେରିକା ବିରୋଧୀ।
ଉଲ୍ଲେଖନୀୟ କଥା ହେଉଛି, ଇମ୍ରାନ ଖାନ ଏପ୍ରିଲ ୨୦୨୨ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ହଟାଯିବା ପରେ ହିଁ ଆମେରିକା ଉପରେ ଅଭିଯୋଗ କରିବା ଆରମ୍ଭ କରିଥିଲେ । ରାଲିରେ ଇମ୍ରାନ କାଗଜପତ୍ର ହଲାଇ କହିଥିଲେ ଯେ, ପାକିସ୍ତାନ ରାଜନୀତିରେ ତାଙ୍କର ବିଦେଶୀ ହସ୍ତକ୍ଷେପର ପ୍ରମାଣ ଅଛି। ଆମେରିକା ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ଡାକି ତାଙ୍କୁ କ୍ଷମତାରୁ ହଟାଇବାକୁ ତତ୍ପରତା ପ୍ରକାଶ କରିଛି। ଏହା ବ୍ୟତୀତ ଇମ୍ରାନ ଆମେରିକା ବିରୋଧରେ ଅନେକ ଅଭିଯୋଗ କରିଥିଲେ।