
ନୂଆଦିଲ୍ଲୀ,୩୦।୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆପ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା, କେଉଁ ଭାଜପା ନେତା ସବୁଠାରୁ ଅଧିକ ପସନ୍ଦ।
ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଭବିଷ୍ୟତ ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ, ସେ ରାହୁଲ ଗାନ୍ଧୀଙ୍କୁ ବିବାହ କରିନାହାଁନ୍ତି। ମୋର ଭବିଷ୍ୟତ ଦିଲ୍ଲୀବାସୀଙ୍କ ଉପରେ ନିର୍ଭର କରେ। ମୋର ଭବିଷ୍ୟତ ଦେଶର ୧୪୦ କୋଟି ଲୋକଙ୍କ ସହିତ।
ମୌନୀ ଅମାବାସ୍ୟା ସ୍ନାନ ପୂର୍ବରୁ ଘଟିଥିବା ଦଳାଚକଟା ସମ୍ପର୍କରେ ସେ କହିଛନ୍ତି, ଭାଜପା ସବୁକିଛିରେ ରାଜନୀତି ଖେଳେ। ଏତେ ଲୋକଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ। ଆମକୁ ଅନେକ ନେତାଙ୍କ ଫୋନ ଆସିଲା ଯେ ଆମେ ସେମାନଙ୍କ ବିରୋଧରେ ଅଭିଯୋଗ ଦାୟର କରିବା ଉଚିତ, କିନ୍ତୁ ମୁଁ ନା କହିଲି। ଯଦିଓ ଏହା ଭୁଲ ପ୍ରଶାସନ ଯୋଗୁ ଘଟିଛି, ଆମକୁ ଏଥିରେ ରାଜନୀତି କରିବାର ଆବଶ୍ୟକତା ନାହିଁ। ଭାଜପା ରାଜନୀତି କରୁଛି, ନିଜ ରାଜନୀତିରେ ଖୁସି ଅଛି।