ମୁଁ ନୁହେଁ ଦାନର ବସ୍ତୁ, ପିତାଙ୍କୁ କନ୍ୟାଦାନ କରିବାକୁ ମନା କଲେ ଆଇଏଏସ୍‌ ଅଫିସର…

ନୂଆଦିଲ୍ଲୀ, ୧୮।୧୨: ବିବାହରେ କନ୍ୟା ପିତା କନ୍ୟାଦାନ କରିବାର ପରମ୍ପରା ରହିଛି। ମାତ୍ର ଜଣେ ଆଇଏଏସ୍‌ ଆଧିକାରୀ ନେ ଦାନର ବସ୍ତୁ ନୁହନ୍ତି। ତେଣୁ ପିତାଙ୍କୁ କନ୍ୟାଦାନ କରିବାକୁ ମନା କରିଛନ୍ତି। ସମ୍ପୃକ୍ତ ମହିଳା ଆଇଏଏସ ଅଧିକାରୀ ଏବଂ ଆଇଏଫଏସ ଅଧିକାରୀଙ୍କ ବିବାହ ଏବେ ସୋସିଆଲ ମିଡ଼ିଆରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଇଏଏସ ତପସ୍ୟା ପରିହାର ୟୁପିଏସ୍‌ସି ପରୀକ୍ଷାରେ ୨୩ ତମ ସ୍ଥାନ ହାସଲ କରିଛନ୍ତି।

ନିକଟରେ ସେ ଆଇଏଫଏସ ଅଧିକାରୀ ଗାରଭିଟ ଗାଙ୍ଗୱାରଙ୍କୁ ବିବାହ କରିଛନ୍ତି। ବିବାହରେ ତପସ୍ୟା କନ୍ୟାଦାନ ଦେବାକୁ ମନା କରିଦେଇଛନ୍ତି । ପ୍ରଚଳିତ ବିବାହର ରୀତିନୀତି ଏବଂ ସଂସ୍କୃତି ବିରୁଦ୍ଧରେ ଯାଇ ତପସ୍ୟା ତାଙ୍କ ପିତାଙ୍କୁ କହିଛନ୍ତି ଯେ ମୁଁ ଦାନର ଜିନିଷ ନୁହେଁ, ମୁଁ ତୁମର ଝିଇ, ତେଣୁ ତୁମେ ଝିଅକୁ ଦାନ କରିବ ନାହିଁ।

ଏହି ନିଷ୍ପତ୍ତି ତପସ୍ୟାଙ୍କ ପରିବାର ସଦସ୍ୟ ଏବଂ ଶାଶୁଘର ଲୋକଙ୍କ ସହମତିରେ ଗ୍ରହଣ କରାଯାଇଥିଲା। ଅପରପକ୍ଷରେ, ତପସ୍ୟାଙ୍କ ସ୍ବାମୀ ଆଇଏଫଏସ ଗାରଭିଟ କୁହନ୍ତି, ବିବାହ ପରେ ଝିଅର କାହିଁକି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ। ଏହା ଉଚିତ ନୁହେଁ। ବିବାହାରେ ପୁଅ କେତେକ ପରମ୍ପରା ପ୍ରଯୁଜ୍ୟ ହେଉ ନ ଥିବା ବେଳେ ଝିଅ କାହିଁକି ମୁଣ୍ଡରେ ସିନ୍ଦୂର ପିନ୍ଧିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରି ପରମ୍ପରାକୁ ଧୀରେ ଧୀରେ ହଟାଇବାକୁ ଚେଷ୍ଟା କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

Share