ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ଭାଜପା ମିଛ କହିବାର ସବୁ ସୀମା ଟପିଯାଇଛି: ନବୀନ

ଭୁବନେଶ୍ୱର,୨୪।୫: ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏନେଇ ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଛ କହିବାର ଗୋଟିଏ ସୀମା ଥାଏ। ଭାଜପା ମିଛ କହିବାର ସବୁ ସୀମା ଟପି ଯାଇଛି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେଲା ରାଜ୍ୟ ସାରା ପ୍ରଚାର କରୁଛି।

ଅନ୍ୟପଟେ, ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି ରାଜ୍ୟ ଭାଜପା। କାର୍ତ୍ତିକ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଭାଜପା ଅପିଲ କରିଛି। ଭାଜପା କହିଛି, ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବ, ଡିଜିପି କଥା ହେଉଛନ୍ତି କି ନାହିଁ ସନ୍ଦେହ। ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କଣ ଜାଣିବା ଅଧିକାର ରାଜ୍ୟବାସୀଙ୍କର ଅଛି। ଜଣେ ଜଜ ଓ କିଛି ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରନ୍ତୁ।

Share