ଜଣେ ହିନ୍ଦୁ ଭାବରେ ମୁଁ ଗର୍ବିତ: ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୬।୯: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତ ଏବଂ ହିନ୍ଦୁ ଧର୍ମ ସମ୍ବନ୍ଧରେ ନିଜ ମତ ରଖିଛନ୍ତି। ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, ମୋର ମୂଳ ଭାରତୀୟ ଏବଂ ମୋ ସ୍ତ୍ରୀ ଭାରତୀୟ। ଜଣେ ଗର୍ବିତ ହିନ୍ଦୁ ଭାବେ ମୋର ସର୍ବଦା ଭାରତ ଏବଂ ଭାରତର ଲୋକଙ୍କ ସହ ସମ୍ପର୍କ ରହିବ।
ଏଥିସହ ସୁନକ କହିଛନ୍ତି ଯେ, ବିଶ୍ୱ ସମ୍ମୁଖୀନ ହେଉଥିବା ସବୁଠୁ ବଡ ଆହ୍ବାନର ମୁକାବିଲା ପାଇଁ ଜି-୨୦ ଅଧ୍ୟକ୍ଷତା ମାଧ୍ୟମରେ ଆମେ ଭାରତ ସହ ମିଶି କାର୍ଯ୍ୟ କରିବୁ। ୨୦୨୩ ଭାରତ ପାଇଁ ଏକ ବଡ ବର୍ଷ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୋର ସାକ୍ଷାତ ବିଶ୍ୱସ୍ତରୀୟ ଆହ୍ବାନ ଉପରେ ଆଲୋଚନା କରିବାର ଏକ ସୁଯୋଗ ଏବଂ ଏହାର ସମାଧାନରେ ବ୍ରିଟେନ ଏବଂ ଭାରତର ପ୍ରମୁଖ ଭୂମିକା ରହିଛି।

Share