ମୁମ୍ବାଇ: ଗାୟିକା ନେହା କକ୍କରଙ୍କ ଖୁସି ଏବେ କହିଲେ ନ ସରେ। ଖୁସିର କାରଣ ହେଲା ନେହାଙ୍କର ଫଲୋଅର୍ସଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ସୋସିଆଲ ମିଡିଆରେ ତାଙ୍କର ୭ କୋଟି ଫଲୋଅର୍ସ ହୋଇସାରିଲେଣି। ଇନ୍ଷ୍ଟାଗ୍ରାମରେ ସ୍ବାମୀ ରୋହନପ୍ରୀତ ସିଂଙ୍କ ସହ ସେ ଏକ ଫଟୋ ଶେୟାର କରି ନିଜର ଖୁସି ବ୍ୟକ୍ତ କରିଛନ୍ତି।
ନେହା କେବଳ ଜଣେ ଭଲ ଗାୟିକା ନୁହନ୍ତି ବରଂ ଜଣେ ଭଲ ମଣିଷ ମଧ୍ୟ। ବହୁ ସଂଘର୍ଷ ପରେ ନେହା ଏକ ସଫଳତାର କାହାଣୀ ଲେଖିଛନ୍ତି। ନେହା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍। ସେ ତାଙ୍କ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଅଧିକାଂଶ ସମୟରେ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏହି କ୍ରମରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢ଼ି ଚାଲିଲା। ଏବେ ସେ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ଏକ ଫଟୋ ଶେୟାର କରି ନିଜକୁ ଭଗବାନଙ୍କ ପ୍ରିୟ ସନ୍ତାନ ବୋଲି କହିଛନ୍ତି। ସେ କହିଛନ୍ତି, ଭଗବାନଙ୍କ ଆଶୀର୍ବାଦ ଥିବାରୁ ତାଙ୍କୁ ଏତେ ଲୋକଙ୍କର ଭଲପାଇବା ମିଳିଛି। ଯାହାକୁ ସେ ଭାଷାରେ ପ୍ରକାଶ କରିପାରିବେନି।