ମୁମ୍ବାଇ: ସୋସିଆଲ ମିଡିଆରେ ରାଖୀ ସାଓ୍ବନ୍ତ ଏବଂ ପ୍ରେମିକ ଆଦିଲ ଖାନ୍ ବହୁତ ଖୁସି ଅଛନ୍ତି। ଦୁହିଁଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା। ନିକଟରେ ଦିଲ୍ଲୀରେ ଥିବା ରାଖୀ କହିଛନ୍ତି, ମୈସୁରରେ ରହୁଥିବା ଆଦିଲଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ଆମକୁ ହଇରାଣ କରୁଛନ୍ତି। ଯାହାକି ଆମ ସମ୍ପର୍କରେ ଅସନ୍ତୁଳନ ସୃଷ୍ଟି କରିଛି। ‘ମୁଁ ଆଦିଲଙ୍କୁ ବହୁତ ଭଲ ପାଏ। ମୁଁ ବି ଜାଣେ ସେ ମୋତେ ବହୁତ ଭଲ ପାଆନ୍ତି। କିନ୍ତୁ ମୋ’ ଜୀବନକୁ ଆଦିଲଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ଅସୁବିଧାରେ ପକାଉଛନ୍ତି। ଏହାକୁ ନେଇ ଆମେ ଯୁକ୍ତିତର୍କ କରୁଛୁ। ମୁଁ ଆଉ କ’ଣ କରିବି ଜାଣେ ନାହିଁ। ମୁଁ ଭାବୁଛି,ପ୍ରେମରେ ଭାଗ୍ୟଶାଳୀ ନୁହେଁ ବୋଲି ସେ ଆମକୁ କହୁଛନ୍ତି।
ଆହୁରି ମଧ୍ୟ ରାଖୀ କହିଛନ୍ତି, ବର୍ତ୍ତମାନ ମୁଁ ଏକ ସରଳ ଜୀବନ ଚାହୁଁଛି। ମୁଁ ଆଦିଲଙ୍କୁ ବିଶ୍ୱାସ କରେ। ମୁଁ ଜାଣେ ସେ ମୋତେ ଠକିବେ ନାହିଁ। ମୁଁ ଆଶା କରୁଛି ସବୁ କିଛି ଠିକ୍ ହେବ।