Categories: ଜାତୀୟ

ମୁଁ ଆଜି ବହୁତ ଖୁସି: ପୁଅ ମୁଖ୍ୟମନ୍ତ୍ରୀ ହେବାପରେ ମା’ କହିଲେ ମନର କଥା

ନୂଆଦିଲ୍ଲୀ,୧୦।୧୧: ଛତିଶଗଡରେ ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ଆଦିବାସୀ ନେତା ବିଷ୍ଣୁଦେଓ ସାଏ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ରବିବାର ରାୟପୁରରେ ଦଳର ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଦଳର ନୂତନ ନିର୍ବାଚିତ ବିଧାୟକମାନେ ସାଏଙ୍କୁ ସେମାନଙ୍କର ନେତା ଭାବରେ ମନୋନୀତ କରିଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସାଏ ସୁରଗୁଜା ଡିଭିଜନର କୁଙ୍କୁରୀ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।
ବିଷ୍ଣୁଦେଓ ସାଏ ଛତିଶଗଡର ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ମା’ ଜସମାନି ଦେବୀ କହିଛନ୍ତି, ମୁଁ ଆଜି ବହୁତ ଖୁସି। ଆଜି ମୋ ପୁଅ ଛତିଶଗଡର ସେବା କରିବାର ସୁଯୋଗ ପାଇଛି।
ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ସାଏ କହିଛନ୍ତି, ଜଣେ ମୁଖ୍ୟମନ୍ତ୍ରୀ ଭାବରେ ମୁଁ ସରକାରଙ୍କ ମାଧ୍ୟମରେ ମୋଦିଙ୍କ ଗ୍ୟାରେଣ୍ଟି ପୂରଣ କରିବାକୁ ଚେଷ୍ଟା କରିବି। ରାଜ୍ୟରେ ୧୮ ଲକ୍ଷ ଘର ମଞ୍ଜୁର କରିବା (ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅଧୀନରେ) ତାଙ୍କ ସରକାରଙ୍କ ପ୍ରଥମ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି।
ଛତିଶଗଡ ବିଧାନସଭା ନିର୍ବାଚନରେ ଭାଜପା ୯୦ଟି ସିଟ ମଧ୍ୟରୁ ୫୪ଟି ଜିତିଛି। ୨୦୧୮ରେ ଗତ ନିର୍ବାଚନରେ ୬୮ଟି ଆସନ ଜିତିଥିବା କଂଗ୍ରେସ ଏଥର ୩୫ଟି ଆସନକୁ ଖସିପାଇଛି। ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି (ଜିଜିପି) ରାଜ୍ୟରେ ଗୋଟିଏ ଆସନ ଜିତିବାରେ ସଫଳ ହୋଇଛି।

Share