ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କୁ ଦର୍ଶନ କରି ସାରିବା ପରେ ଭୁବନେଶ୍ୱରକୁ ଫେରିଥିଲେ। ଏହାପରେ ରାଜଭବନଠାରେ ରାଷ୍ଟ୍ରପତିଙ୍କୁ ନାଗରିକ ସମ୍ଭର୍ଦ୍ଧନା ଦିଆଯାଇଛି। ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ସେହି ଉତ୍ସବରେ ଉପସ୍ଥିତ ଥିଲେ। ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନାଗରିକ ସମ୍ଭର୍ଦ୍ଧନା ଗ୍ରହଣ କରିବା ଅବସରରେ ନିଜର ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି, ବିଶ୍ୱବାସୀଙ୍କ ମଙ୍ଗଳପାଇଁ ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛି। ଆଶା କରୁଛି ପ୍ରଭୁ ଜଗନ୍ନାଥ ମୋ ପ୍ରାର୍ଥନା ଶୁଣିବେ। ନିଜ ମାଟିର ମୋହରେ ଭିନ୍ନତା ଅଛି, ନିଜ ମାଟିର ଆକର୍ଷଣ ନିଆରା। ନିଜ ମାଟି ଓଡ଼ିଶାକୁ ଆସି ମୁଁ ଆଜି ବହୁତ ଆନନ୍ଦିତ।