ଶାଶୁ ଶ୍ୱଶୁରଙ୍କୁ ନେଇ ଗର୍ବ କରେ: ଋଷି ସୁନକ

ଇଂଲଣ୍ଡ,୭।୯: ଭାରତୀୟ ଭାବେ ନିଜକୁ ଗର୍ବିତ ଅନୁଭବ କରେ ବୋଲି କହିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ। ସେ କହିଛନ୍ତ, ଯେତେବେଳେ ସେ ତାଙ୍କ ଶାଶୁ ଶ୍ୱଶୁରଙ୍କୁ ଭେଟନ୍ତି କିମ୍ବା ତାଙ୍କ ସହ ଡିନର କରନ୍ତି ସେମାନେ କେବେ ରାଜନୀତି କିମ୍ବା ବ୍ରିଟେନର ବିଷୟରେ ଆଲୋଚନା କରନ୍ତି ନାହିଁ, ବରଂ କ୍ରିକେଟ ବିଷୟରେ କଥାବାର୍ତ୍ତା କରନ୍ତି। ମୁଁ ରାଜନୀତି ଠାରୁ ପରିବାରକୁ ଦୂରେଇ ରଖେ। ଯେତେବେଳେ କ୍ରିକେଟ କଥା ଆସେ, ତାଙ୍କ ଝିଅ ଭାରତକୁ ସମର୍ଥନ କରନ୍ତି ଏବଂ ଫୁଟବଲ କଥା ହେଲେ ସେ ବ୍ରିଟେନକୁ ସମର୍ଥନ କରନ୍ତି। ସେ ଶାଶୁ ଶଶ୍ୱରଙ୍କୁ ନେଇ ଗର୍ବ ଅନୁଭବ କରନ୍ତି ବୋଲି ସେ କହିଛନ୍ତି।

Share