Posted inଜାତୀୟ

ମୁଁ ମୋଦି ସରକାରଙ୍କ ସହ ଅଛି, କାହିଁକି ଏମିତି କହିଲେ ମମତା

କୋଲକାତା,୨୮।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିଧାନସଭାରେ କହିଛନ୍ତି ଯେ ମୁଁ ବାଂଲାଦେଶରେ ହିନ୍ଦୁମାନଙ୍କୁ ନିର୍ଯ୍ୟାତନା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଅଛି।
ମମତା କହିଛନ୍ତି ଯେ ମୋର ସରକାରଙ୍କ ନୀତି ହେଉଛି ଯେ ଯେତେବେଳେ ଅନ୍ୟ ଦେଶ କଥା ଆସେ, ଆମେ କେନ୍ଦ୍ର ସରକାରଙ୍କ ସହ ଛିଡା ହେବା। ଯଦି କୌଣସି ଧର୍ମର ଲୋକଙ୍କ ପ୍ରତି ଅତ୍ୟାଚାର ହୁଏ, ତେବେ ଆମେ ଏହାକୁ ଦୃଢ ନିନ୍ଦା କରୁଛୁ। ଯଦି ବାଂଲାଦେଶରେ କୌଣସି ଧର୍ମର ଲୋକଙ୍କୁ ନିର୍ଯ୍ୟାତନା ଦିଆଯାଏ, ତେବେ ଆମେ ଏହାକୁ ସମର୍ଥନ କରୁନାହୁଁ।

ବାଂଲାଦେଶରେ ହିନ୍ଦୁ ନେତା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରିଙ୍କ ଗିରଫଦାରୀ ଉପରେ ମମତା କହିଛନ୍ତି ଯେ ମୁଁ ଏଠାରେ ଇସ୍କନର ମୁଖ୍ୟଙ୍କ ସହ କଥା ହୋଇଛି। ଏହା ଅନ୍ୟ ଦେଶର ବିଷୟ ହୋଇଥିବାରୁ କେନ୍ଦ୍ର ସରକାର ଏହା ଉପରେ ଉପଯୁକ୍ତ ପଦକ୍ଷେପ ନେବା ଉଚିତ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆମେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହିତ ଅଛୁ।
ବାଂଲାଦେଶ ପୋଲିସ ସୋମବାର ଢାକା ହଜରତ ଶାହାଜାଲାଲ ଅନ୍ତର୍ଜାତୀୟ ବିମାନବନ୍ଦର ଅଞ୍ଚଳରୁ ହିନ୍ଦୁ ଗୋଷ୍ଠୀ ‘ସମ୍ମିଳିତ ସନାତନ ଜୋତ’ର ନେତା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରିଙ୍କୁ ଗିରଫ କରିଛି। ବଙ୍ଗଳା ସମେତ ସମଗ୍ର ଦେଶରେ ଏହା ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଉଛି।
ଏହାପୂର୍ବରୁ ବୁଧବାର ତ୍ରୂଣମୂଳ କଂଗ୍ରେସ ଏମପି ଅଭିଷେକ ବାନାର୍ଜୀ ଏବଂ ବରିଷ୍ଠ ନେତା ସୌଗତ ରୟ ଏହି ଆକ୍ରମଣକୁ ନିନ୍ଦା କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅଭିଷେକ ବାନାର୍ଜୀ କହିଛନ୍ତି, ବାଂଲାଦେଶରେ ଯାହା ଘଟିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାର ନିର୍ଣ୍ଣାୟକ ପଦକ୍ଷେପ ନେବା ଉଚିତ। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏହି ହିଂସାକୁ ନିନ୍ଦା କରି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରକୁ ‘ମୌଳବାଦୀଙ୍କ କବଳରେ’ ବୋଲି ବର୍ଣ୍ଣନା କରିଛନ୍ତି।
ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଏବଂ ଧାର୍ମିକ ନେତାଙ୍କ ଗିରଫଦାରୀ ଅମାନବୀୟ ଏବଂ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ମିଳିତ ଜାତିସଂଘକୁ ଏଥିରେ ହସ୍ତକ୍ଷେପ କରିବାକୁ। ସେ ଏହି ପ୍ରସଙ୍ଗକୁ ଅଣଦେଖା କରି ବିରୋଧୀ ଦଳର ନେତାମାନଙ୍କୁ ସମାଲୋଚନା କରିବା ସହ ସାମ୍ପ୍ରଦାୟିକ ହିଂସାକୁ ମୁକାବିଲା କରିବାରେ ଦ୍ୱିଗୁଣ ମାନ ଗ୍ରହଣ କରିଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କ ଖେଳାଇଲା HMPV, ଜାଣନ୍ତୁ କେଉଁ କେଉଁ ରାଜ୍ୟରେ ବ୍ୟାପିଲା

ନୂଆଦିଲ୍ଲୀ,୮।୧: ଚାଇନା ପରେ ହ୍ୟୁମାନ ମେଟାନ୍ୟୁମୋଭାଇରସ (HMPV) ବର୍ତ୍ତମାନ ଭାରତରେ ପଶିଛି। ଯାହାକୁ ନେଇ ସାରା ଦେଶରେ ଏବେ ଆତଙ୍କ ଖେଳିଯାଇଛି। କର୍ନାଟକ, ତାମିଲନାଡୁ ପରେ...

ଗଡକରୀଙ୍କ ବଡ଼ ଘୋଷଣା, ସଡକ ଦୁର୍ଘଟଣାରେ ଆହତଙ୍କୁ ମିଳିବ ୧.୫ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୮।୧: ଦେଶର ସମସ୍ତ ନାଗରିକ ବହୁତ ଶୀଘ୍ର ମାଗଣା ସ୍ବାସ୍ଥ୍ୟ ବୀମା ଭେଟି ପାଇବାକୁ ଯାଉଛନ୍ତି। କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ...

ବାଂଲାଦେଶର ସବୁ ଚାଲ୍‌ ଫେଲ୍‌, ହାସିନାଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଲା ଭାରତ

ଢାକା,୮।୧: ଭାରତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭିସା ବୃଦ୍ଧି କରିଛି। ସେ ଅଗଷ୍ଟ ୨୦୨୩ରୁ ଭାରତରେ ରହୁଛନ୍ତି। ଏହି ନିଷ୍ପତ୍ତି ଏପରି ସମୟରେ...

ଭି ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ: ସୋମନାଥଙ୍କ ସ୍ଥାନ ନେବେ

ନୂଆଦିଳ୍ଲୀ,୮।୧: କେନ୍ଦ୍ର ସରକାର ଭି ନାରାୟଣନଙ୍କୁ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନୂତନ ଚେୟାରମ୍ୟାନ ତଥା ମହାକାଶ ବିଭାଗର ସଚିବ ଭାବରେ ନିଯୁକ୍ତ କରିଛନ୍ତି।...

କୋଇଲା ଖଣିରେ ବନ୍ୟାପାଣି: ୩ ମୃତ

ଗୁଆହାଟୀ,୮।୧: ଆସାମର ଦିମା ହସାଓ ଜିଲା ଉମ୍ରାଙ୍ଗସା ଅଞ୍ଚଳରେ ଥିବା କୋଇଲା ଖଣିରେ ସୋମବାର ଅଚାନକ ବନ୍ୟାପାଣି ପଶିଯିବାରୁ ଏହା ଭିତରେ ଥିତ୍ବା ଶ୍ରମିକମାନେ ବାହାରି...

ଆଶାରାମଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ, ୮।୧: ବିବାଦୀୟ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁ(୮୬)ଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଆଶାରାମଙ୍କ ବୟସ ଓ ତାଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟାକୁ...

ଖସିପାରେ ଦେଶର ଅଭିବୃଦ୍ଧି: ଜିଡିପି ୪ ବର୍ଷର ସର୍ବନିମ୍ନ ସ୍ତର ୬.୪% ଛୁଇଁବା ଅନୁମାନ

ନୂଆଦିଲ୍ଲୀ, ୮ା୧:ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ୨୦୨୪-୨୫ ଆର୍ଥିକବର୍ଷରେ ଭାରତର ଅଭିବୃଦ୍ଧି ୬.୪ ପ୍ରତିଶତକୁ ଖସିପାରେ, ଯାହାକି କୋଭିଡ୍‌-୧୯ ପରେ ସର୍ବନିମ୍ନ ସ୍ତର।...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ ନିର୍ମାଣ କରିବେ କେନ୍ଦ୍ର ସରକାର; ଝିଅ PM ମୋଦିଙ୍କୁ କହିଲେ ଥ୍ୟାଙ୍କ ୟୁ…

ନୂଆଦିଲ୍ଲୀ,୭।୧: ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କ ପରଲୋକ ପରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମାଣ କରିବା ଲାଗି କଂଗ୍ରେସ ଦାବି କରିଆସୁଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri