ନୂଆଦିଲ୍ଲୀ,୩୦।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ଚାରୋଟି ଜାତି ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଦେଶରେ କେବଳ ଚାରୋଟି ଜାତି ଗରିବ, ଯୁବବର୍ଗ, ମହିଳା ଏବଂ କୃଷକ। ମୁଁ ଏହି ଚାରୋଟି ଜାତିର ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଛି। ମୋର ବିଶ୍ୱାସ ଏହି ଚାରୋଟି ମୂଳ ଜାତିର ଉନ୍ନତି ସହିତ ଦେଶ ମୂଳ ବିଶ୍ୱାସ ଏବଂ ଧର୍ମକୁ ଛାଡି ପ୍ରଗତି କରିବ।
ମୋ ପାଇଁ ସବୁଠାରୁ ବଡ ଜାତି ହେଉଛନ୍ତି ଗରିବ, ମୋ ପାଇଁ ସବୁଠାରୁ ବଡ ଜାତି ହେଉଛନ୍ତି ଯୁବବର୍ଗ, ମୋ ପାଇଁ ସବୁଠାରୁ ବଡ ଜାତି ହେଉଛନ୍ତି ମହିଳା, ମୋ ପାଇଁ ସବୁଠାରୁ ବଡ ଜାତି ହେଉଛନ୍ତିି କୃଷକ।
କେବଳ ଏହି ୪ ଜାତିର ଉନ୍ନତି ଭାରତକୁ ବିକଶିତ କରିବ। ଗୁରୁବାର ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକାଶିତ ଭାରତ ସଂକଳ୍ପଳ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସାରା ଦେଶରେ ସରକାରଙ୍କ ପ୍ରମୁଖ ଯୋଜନାଗୁଡିକର ସମ୍ପୂର୍ଣ୍ଣ ପହଞ୍ଚିବା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ଯାତ୍ରା ଆରମ୍ଭ ହୋଇଛି।