ମୁଁ ଏକା ତୁମର

ସମ୍ପର୍କର ରଜୁରେ ଦୁଇଟି ବିପରୀତଧର୍ମୀ ଚିନ୍ତାଧାରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମଟି ହେଉଛି ‘ମୁଁ ଏକା ତୁମର’ ଦ୍ୱିତୀୟଟି ହେଉଛି ‘ତୁ ଏକା ମୋହର’। ପ୍ରଥମ ଭାବନାରେ ଜଣେ ଅନ୍ୟଜଣକ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହୋଇଥିବା ବେଳେ ଦ୍ୱିତୀୟ ଭାବନାରେ ଜଣେ ଅନ୍ୟଜଣକୁ ସମର୍ପିତ ହେବା ପାଇଁ ବାଧ୍ୟ କରିଥାଏ, ଯାହା ସୁସମ୍ପର୍କର ପରିପନ୍ଥୀ। କିମ୍ବଦନ୍ତୀ ଅନୁଯାୟୀ ସନ୍ଥ ଭର୍ତ୍ତୃହରି ପ୍ରଥମ ଜୀବନରେ ଜଣେ ରାଜା ଥିଲେ। ଥରେ ରାଜସଭାକୁ ଜଣେ ସାଧୁ ଆସି ତାଙ୍କୁ ଏକ ଅମୃତ ଫଳ ପ୍ରଦାନ କରି କହିଲେ, ହେ ରାଜନ! ଏହାକୁ ଆପଣଙ୍କ ପାଇଁ ମୁଁ ଆଣିଛି, ଯାହାକୁ ଖାଇଲେ ଆପଣଙ୍କ ଭଳି ମହାନ୍‌ ରାଜା ଅମରତ୍ୱ ପ୍ରାପ୍ତି ହେବେ। ସାଧୁଙ୍କ ହାତରୁ ଉକ୍ତ ଫଳ ଗ୍ରହଣ କରି ତାଙ୍କୁ ବିଦାୟ ଦେବା ପରେ ରାଜା ଭାବିଲେ ମୁଁ ଏହାକୁ ଖାଇ ଅମର ହେବା ଅପେକ୍ଷା ମୋର ପ୍ରାଣପ୍ରିୟା ପାଟରାଣୀ ଏହାକୁ ଖାଇ ସୁସ୍ଥ ସବଳ ରହି ଅମର ରହିବା ଦରକାର। ପରେ ପରେ ସିଏ ଉକ୍ତ ଫଳଟିକୁ ନେଇ ମହାରାଣୀଙ୍କୁ ପ୍ରଦାନ କରି ଉକ୍ତ ଫଳର ଗୁଣାବଳୀ ବର୍ଣ୍ଣନା କରିବା ସହିତ ଫଳଟିକୁ ଖାଇବା ପାଇଁ କହି ରାଜା ଦରବାରକୁ ଫେରି ଆସିଲେ। ଦୁଇ ତିନି ଦିନ ପରେ ରାଜ ଦରବାର ଚାଲିଥିବା ବେଳେ ଜଣେ ମହିଳା ଉକ୍ତ ଫଳଟିକୁ ରାଜାଙ୍କୁ ଉପହାର ସ୍ବରୂପ ପ୍ରଦାନ କରି ତା’ର ଗୁଣାବଳୀ ବିଷୟରେ ବର୍ଣ୍ଣନା କରିବାରୁ ରାଜା ଚମକି ପଡ଼ିଲେ। ଉକ୍ତ ଫଳଟିକୁ ସିଏ କେଉଁଠୁ ପାଇଲେ ବୋଲି ପଚାରିବାରୁ ସିଏ କହିଲେ, ମୁଁ ଜଣେ ଅଭାଗିନୀ ବେଶ୍ୟା। ମୋ ଭଳି ଜଣେ ପାପିନୀ ବେଶିଦିନ ବଞ୍ଚତ୍ବାରେ ଅବା କି ଲାଭ? ବରଂ ଏହା ଆପଣଙ୍କ ଭଳି ଜଣେ ଧର୍ମାନୁରାଗୀ ରାଜା ଖାଇବା ଦରକାର। ହଜୁର! ମୋତେ ଏହି ଫଳଟିକୁ ଆମ ରାଜ୍ୟର ମନ୍ତ୍ରୀ ପ୍ରଦାନ କରିଛନ୍ତି। ଏହା ଶୁଣି ରାଜା ପୁଣି ଆଶ୍ଚର୍ଯ୍ୟ ହେଲେ, ମନ୍ତ୍ରୀଙ୍କୁ ପଚାରିବାରୁ ଜାଣିଲେ ରାଣୀ ହିଁ ତାକୁ ଉକ୍ତ ଫଳ ପ୍ରଦାନ କରିଛନ୍ତି। ଏହା ଶୁଣିବା ମାତ୍ରେ ତାଙ୍କ ମନରେ ରାଣୀଙ୍କ ପ୍ରତି ଥିବା ‘ତୁମେ ଏକା ମୋର’ ଚିନ୍ତାଧାରା ପରିବର୍ତ୍ତନ ହୋଇ ବୈରାଗ୍ୟ ଭାବନା ଜାତ ହେଲା। ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଆମ ଜୀବନରେ ଆମେ ଯେଉଁମାନଙ୍କୁ ସ୍ନେହ, ଶ୍ରଦ୍ଧା କରି ଭଲପାଉ ‘ମୁଁ ଏକା ତୁମର ବୋଲି ଭାବୁ’, ସେମାନେ ଯେ ଆମକୁ ସେହି ହିସାବରେ ଭଲ ପାଇବେ, ଆଉ ସମର୍ପିତ ହୋଇ ‘ତୁ ଏକା ମୋହର’ ଚିନ୍ତାଧାରାର ବଶବର୍ତ୍ତୀ ହେବେ ତାହା ଭାବିବା ବୋକାମି।
ପୂର୍ବରୁ ବହୁପନତ୍ୀକ ଏବଂ ବହୁ ପତି ବିବାହ ବ୍ୟବସ୍ଥା ଥିଲେ ମଧ୍ୟ ଯେତିକି ସମୟ ଜଣେ ସ୍ବାମୀ, ଜଣେ ସ୍ତ୍ରୀ ମଧ୍ୟରେ ସମ୍ପର୍କ ରହେ, ସେତିକି ସମୟ ପାଇଁ ସେମାନେ ଅନ୍ତତଃ ସମ୍ପର୍କର ସେତୁବନ୍ଧରେ ରହୁଥିଲେ ଏବଂ ଜଣେ ଅନ୍ୟଜଣଙ୍କର ଗୋପନୀୟତା ରକ୍ଷା କରୁଥିଲେ। ଏହାକୁ ମଧ୍ୟ ସେମାନଙ୍କର ଅନ୍ୟ ସ୍ତ୍ରୀ ଓ ସ୍ବାମୀମାନେ ସ୍ବୀକାର କରୁଥିଲେ। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସମ୍ପର୍କରେ ଅନେକ ପରିବର୍ତ୍ତନ ଆସିଛି। ଏହା କେବଳ ସ୍ବାମୀ-ସ୍ତ୍ରୀ ସମ୍ପର୍କର କଥା ବଖାଣେ ନାହିଁ। ବରଂ ପରିବାର, ସାହି-ପଡ଼ିଶା, ବନ୍ଧୁ-ବାନ୍ଧବ, ଜ୍ଞାତି-କୁଟୁମ୍ବମାନଙ୍କ ମଧ୍ୟରେ ଥିବା ସମ୍ପର୍କର ପରିସୀମା କଥା ସୂଚାଇଥାଏ। ‘ମୁଁ ଏକା ତୁମର’ କିମ୍ବା ‘ତୁମେ ଏକା ମୋର’ ସ୍ଥାନରେ ‘କେହି ନୁହେଁ କାହାର’ ଭଳି ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେବାରେ ଲାଗିଲାଣି। ସବୁଠି ସନ୍ଦେହର କୁହେଳିକା…. କାହାକୁ ଆପଣେଇବା ପୂର୍ବରୁ ଆମକୁ ବିଶ୍ୱାସର କଷଟି ପଥରରେ ସମ୍ପର୍କକୁ ମାପିବାର ଆବଶ୍ୟକତା ରହିଛି।

କିମ୍ବଦନ୍ତୀ ଅନୁଯାୟୀ ଦ୍ୱାରିକାଧୀଶ କୃଷ୍ଣ ଯେତେବେଳେ ଗୋପପୁର ଛାଡି ମଥୁରାକୁ ବାହାରିଥିଲେ, ସେତେବେଳେ ଗୋପୀମାନଙ୍କ ମଧ୍ୟରେ ବିରହ ଯନ୍ତ୍ରଣାର ଅଜସ୍ର ଦୁଃଖ କିନ୍ତୁ ରାଧା ଥିଲେ ସମ୍ପୂର୍ଣ୍ଣ ନିଶ୍ଚଳ। ତାଙ୍କୁ ଗୋପୀମାନେ ପଚାରିବାରୁ ସିଏ ଉତ୍ତର ଦେଇଥିଲେ….. ମୋ କାହ୍ନା ଯେଉଁଠିକୁ ଗଲେ, ଯେଉଁଠି ରହିଲେ କ’ଣ ହେଲା, ସିଏତ କେବଳ ମୋର। ଯିଏ ହୃଦୟରେ ରହେ ତା’କୁ କ’ଣ ଶରୀରର ଦୂରତା ଦୂରେଇ ଦେଇପାରିବ! ‘ତୁ ଏକା ମୋହର’ କଥା ଭାଗବତରେ ଅତି ସୁନ୍ଦର ଭାବେ ବର୍ଣ୍ଣନା ହୋଇଛି। କପୋତ ଉପାଖ୍ୟାନରେ କପୋତ ଛୁଆମାନେ ଶିକାରୀ ଜାଲରେ ପଡି ଛଟପଟ ହେଉଥିବା ବେଳେ ସେମାନଙ୍କୁ ଦେଖି ଦୁଃଖରେ ମ୍ରିୟମାଣ ହୋଇ ପ୍ରଥମେ ମା’ କପୋତୀ କହିଲା, ତୁମେମାନେ ମୋ ସନ୍ତାନ, ଶିକାରୀ ହାତରେ ମରିବ। ମୁଁ ବଞ୍ଚିବାରେ ଅବା କି ଲାଭ ଏହା କହି ଜାଲରେ ନିଜକୁ ଝାସ ଦେଲା। ଏହା ଦେଖି କପୋତ ଭାବିଲା ସ୍ତ୍ରୀ ଓ ପିଲାମାନେ ମୋ ପାଖରେ ଯଦି ନ ରହିବେ, ମୁଁ ଆଉ କାହିଁକି ବଞ୍ଚତ୍ବି? ତମେମାନେ ପରା ମୋର! ଏହା କହି ସିଏ ମଧ୍ୟ ଜାଲରେ ଯାଇ ପଡ଼ିଲା। ମାୟା ବିଜଡିତ ସଂସାରରେ ଆମେ ସମସ୍ତେ ଏହି ଦୁଇ ଉକ୍ତି ମଧ୍ୟରେ ଧନ୍ଦି ହେଉଥିଲେ ମଧ୍ୟ କେହି କାହାର ନୁହନ୍ତି ବୋଲି ବୁଝିବା ବେଳକୁ ନେଡିଗୁଡ କହୁଣିକୁ ବହିସାରିଥାଏ। ଅନ୍ୟ ଏକ ଉପକ୍ରମରେ ଭକ୍ତ ବିଲ୍ବମଙ୍ଗଳ ଉତ୍ତର ଜୀବନରେ ଆଉ ଚକ୍ଷୁସ୍ନାନ ହେବାକୁ ମନା କରିଥିଲେ, ସିଏ ଭାବୁଥିଲେ କାଳେ ଚକ୍ଷୁପ୍ରାପ୍ତ ହେଲେ ପୁଣି ଆଉ କେଉଁ ଦୃଶ୍ୟର ବଶବର୍ତ୍ତୀ ହୋଇ ବାଳ ଗୋପାଳଙ୍କୁ ‘ମୁଁ ଏକା ତୋହର’ ଜପାମାଳି କରିଥିବା ଭାବନା ଦୂରେଇ ଗଲେ ତ ଜୀବନ ଅସାର ହୋଇଯିବ।

ଉପରୋକ୍ତ ଭାବନାଗୁଡିକୁ ଯଦି ବୃହତ୍‌ ଅର୍ଥରେ ଦେଖାଯାଏ, ତା’ହେଲେ ଦୁହେଁ ଦୁହିଁଙ୍କର ଅଥବା ଆମେ ସମସ୍ତେ ଯଦି ସମସ୍ତଙ୍କ ପାଇଁ ସମର୍ପିତ ତଥା ବନ୍ଧୁତ୍ୱର ହାତ ବଢ଼ାଇ ପାରିବା, ତା’ହେଲେ ସମ୍ପର୍କର ସୂତାଖିଅ ଲୁହାର ଜଞ୍ଜିରଠାରୁ ଟାଣ ହୋଇପାରିବ; ଯାହାକୁ ପାଥେୟ କରି ଜାତିସଂଘ ସ୍ଥାପିତ ହୋଇଥିଲା। ଦୁଃଖର ବିଷୟ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବିିଭିନ୍ନ ଗୋଷ୍ଠୀରେ ବିଭକ୍ତ। ନେହେରୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପଞ୍ଚଶୀଳ ନୀତି ଚାଇନା ଦ୍ୱାରା ପ୍ରତ୍ୟାଖ୍ୟାତ ହେବା ପାରସ୍ପରିକ ସମ୍ପର୍କ ଓ ଭାଇଚାରାର ପରିପନ୍ଥୀ। ଶେଷରେ ଏତିକି କୁହାଯାଇ ପାରେ ସମ୍ପର୍କକୁ ଭାବପ୍ରବଣତା ମଧ୍ୟରେ ସୀମିତ ନ କରି ତାକୁ ବାସ୍ତବଧର୍ମୀ କରିବାର ଆବଶ୍ୟକତା ରହିଛି। ଭାବପ୍ରବଣତା ମଣିଷକୁ ଦୁର୍ବଳ କରିଦିଏ ଏବଂ ଏହି ଦୁର୍ବଳତାର ଫାଇଦା ଉଠାଇବା ପାଇଁ ଯଦି ଅପରପକ୍ଷ ଚେଷ୍ଟା କରିବ, ତା’ହେଲେ ଠକି ହେବା ହିଁ ସାର ହେବ। ନୀତି, ନିୟମ, ଆଇନ ବ୍ୟତୀତ ମାନସିକତାକୁ ଠିକ୍‌ ଭାବେ ତଉଲି ସମ୍ପର୍କକୁ ଗଢ଼ିଲେ ତାହା ଚିରସ୍ଥାୟୀ ହୋଇ ରହିବ, ନତୁବା ଆଜିର ସାମାଜିକ ଗଣମାଧ୍ୟମରେ ଆକର୍ଷଣୀୟ ବାର୍ତ୍ତା, ଫଟୋ, କାହାଣୀର ବଶବର୍ତ୍ତୀ ହୋଇ ଯଦି ମିଛ ସମ୍ପର୍କରେ ଭାସିବା, ତା’ହେଲେ ଡୁବିଯିବା ହିଁ ସାରହେବ ଏହା ନିଃସନ୍ଦେହ।
ଅର୍ଣ୍ଣପାଳ, ଭଦ୍ରକ
ମୋ-୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri