Posted inଫୁରସତ

ପ୍ରଥମ ଦରମାରେ ବୋଉ ପାଇଁ ରେଡିଓ କିଣିଥିଲି

କେନ୍ଦୁଝର ଜିଲା ଓରାଳି ଗ୍ରାମରେ ମୋ ଜନ୍ମ। ମୁକୁନ୍ଦଚରଣ ବିଦ୍ୟାମନ୍ଦିରରୁ ହାଇସ୍କୁଲ୍‌ ପଢା ସାରି ଭଦ୍ରକ କଲେଜ ଓ ପରେ ରେଭେନ୍ସା କଲେଜରେ ଉଚ୍ଚଶିକ୍ଷା କରିଥିଲି। ୧୯୭୬ ମସିହାରେ ସରକାରୀ କଲେଜ, ରାଉରକେଲାରେ ରସାୟନ ବିଜ୍ଞାନର ଅଧ୍ୟାପକ ଭାବେ ମୋର ଚାକିରି ଜୀବନ ଆରମ୍ଭ ହୋଇଥିଲା। ଆଉ ସେଠାରେ କେମେଷ୍ଟ୍ରି ଲାବରେଟରିରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ୍‌ଡି ଲାଭ କରିଥିଲି। ତେବେ ହେତୁ ହବା ଦିନରୁ ଦେଖିଛି ରାତି ପାହିବାର ବହୁ ପୂର୍ବରୁ ବୋଉ ବିଛଣାରୁ ଉଠି ନିତ୍ୟକର୍ମ ସାରି ପୋଖରୀକୁ ଗାଧୋଇଯାଏ। ତା’ପରେ ଠାକୁର ପୂଜା ସାରି ଭାଗବତ ପଢେ। ସେହି ପଢାରେ ମୋ ନିଦ ଭାଙ୍ଗେ। ମୁହଁ ଧୋଇ ଦାନ୍ତ ଘଷିବା ବେଳେ ଦେଖେ, ବୋଉ ଠାକୁର ଘରୁ ଉଠିଯାଇ ଚୁପ୍‌କିନା ବସି କାନପାରି ଶୁଣିବାକୁ ଚେଷ୍ଟା କରୁଥାଏ ଅସ୍ପଷ୍ଟ ଭାବରେ ଗାଁ ଦାଣ୍ଡ ସେ ପାଖ ପଡୋଶୀଙ୍କ ଘରୁ ରେଡିଓରୁ ଭାସି ଆସୁଥିବା ଭକ୍ତିଗୀତ କାର୍ଯ୍ୟକ୍ରମ ବନ୍ଦନା। ଏସବୁରେ କେବେ ବି ସାମାନ୍ୟ ବିଚ୍ୟୁତ ହେବାର ମୁଁ ଦେଖିନି। ମୁଁ ଯେବେ କାନ ପାରେ ଗୀତ ଗୁଡ଼ିକ ସ୍ପଷ୍ଟ ଶୁଭେ ନାହିଁ। କିନ୍ତୁ ପଚାରିଲେ ବୋଉ କହେ- ମତେ ଭଲ ଲାଗୁଛି ସେଇ ଗୀତ, ସେଇ ସ୍ବର ସବୁ। ମୁଁ ଅବାକ୍‌ ହୁଏ। ସେତେବେଳେ ସରକାରୀ କଲେଜରେ ମୁଁ ଅଧ୍ୟାପକ ଥାଏ ଆଡ୍‌ହକ୍‌ ବେସିସ୍‌ରେ। ପରେ ଅବଶ୍ୟ ପି.ଏସ୍‌.ସି ପାଇ ଚାକିରି ସ୍ଥାୟୀ ହୋଇ ଯାଇଥିଲା ସେଇ କଲେଜରେ। ଆଡ୍‌ହକ୍‌ ସମୟରେ ୨/୩ ମାସରେ ଥରେ ଦରମା ଆସେ। ସେବେ ମାସିକ ୫୨୫ ଟଙ୍କା ଥାଏ ବେସିକ୍‌ ପେ’। ୩ ମାସର ଦରମା ଏକାଥରେ ଯେବେ ପାଇଲି, ଭାରି ଖୁସି ଲାଗିଲା। ଆର୍ଥିକ ଅଭାବ ଅନାଟନ ଭିତରେ ମୋର ପଢା ସମାପ୍ତ ହୋଇଥିଲା। ଚାକିରି କଲା ପର୍ଯ୍ୟନ୍ତ ମୋର ହାତପିନ୍ଧା ଘଣ୍ଟାଟିଏ ବି ନଥିଲା। ଭାବିଲି ଏଇ ଟଙ୍କାରେ ପ୍ରଥମେ ବୋଉ ପାଇଁ ଟ୍ରାନ୍‌ଜିଷ୍ଟରଟିଏ କିଣିବି। ଘଣ୍ଟା କଥା ପରେ ଦେଖାଯିବ। ଏହା ଚିନ୍ତାକରି ରାଉରକେଲାରୁ ଫିଲିପ୍ସ କମ୍ପାନୀର ରେଡିଓଟିଏ କିଣିଲି ଆଉ ଗାଁ ଅଭିମୁଖେ ବାହାରିଲି। ଘସିପୁରା ଡଙ୍ଗାଘାଟରେ ରାତି ସାଢେ ୩ଟାରେ ବସ୍‌ରୁ ଓହ୍ଲାଇ ଡଙ୍ଗାକୁ ଅପେକ୍ଷା କରି ରହିଲି ସକାଳ ହବାଯାଏ। ଡଙ୍ଗାରେ ବୈତରଣୀ ପାର ହୋଇ ପ୍ରଥମ ବସ୍‌ ଧରି ଓରାଳି ଛକରେ ଓହ୍ଲାଇ ପହଁଞ୍ଚତ୍ଲି ଘରେ। ବୋଉକୁ ଜୁହାର ହେବାରୁ ସେ ଆନନ୍ଦରେ ଗଦ୍‌ଗଦ୍‌ ହୋଇ ଉଠିଲା ମୋତେ ଦେଖି। ବୋଉକୁ ରେଡିଓ ଥିବା ପ୍ୟାକେଟ୍‌ଟିକୁ ଧରେଇ ଦେଇ କହିଲି- ତୋ ପାଇଁ ଆଣିଛି ମୋ ପ୍ରଥମ ରୋଜଗାରର ଦରମା ଟଙ୍କାରେ। ସେ କହିଲା- ଏଇଟା କ’ଣରେ? ମୁଁ କହିଲି- ଖୋଲି କି ଦେଖ୍‌। ଭାଇଭଉଣୀ ଆସି ସମସ୍ତେ ଘେରି ଯାଇଥିଲେ ମୋତେ। ଖୋଲି ଦେଖି କହିଲା- ଓ ରେଡିଓ! ତା’ପରେ ଦେଖିଲି ତା’ ଆଖି ଛଳଛଳ ହୋଇଯାଇଛି। ମୁଁ ବି ମୋ ଆଖିର ଲୁହକୁ ଅଟକାଇ ପାରିଲି ନାହିଁ। ବୋଉକୁ କହିଲି- ତୋତେ ଆଉ ଭୋରୁ ଭୋରୁ ଠାକୁର ପୂଜା ସାରି ଦାଣ୍ଡ ପିଣ୍ଡାରେ ବସି ପଡିଶା ଘରକୁ କାନ ପାରିବାକୁ ହବ ନାହିଁ। ଏଇଠି ଘରେ ବସି ନିଇତି ଶୁଣିବୁ ସେଇ ଭକ୍ତିଗୀତ। ସେଦିନ ବୋଉ ସେହି ରେଡିଓଟିକୁ ଗାଁର ସମସ୍ତଙ୍କୁ ଦେଖେଇ ଭାରି ଖୁସି ହେଲା। ହେଲେ ଦୁଃଖର ବିଷୟ ୧୯୯୦ ମସିହାରେ ବୋଉ ଆରପାରିକୁ ଚାଲିଗଲା। କିନ୍ତୁ ଶେଷ ନିଶ୍ୱାସ ଛାଡିବା ପର୍ଯ୍ୟନ୍ତ ସେଇ ରେଡିଓଟି ଥିଲା ତା’ର ନିତ୍ୟ ସହଚର। ସକାଳେ, ଖରାବେଳେ, ସଞ୍ଜରେ ନିତି ବସି ଶୁଣୁଥିଲା ଯେବେ ବାଜୁଥିଲା ଭକ୍ତିଗୀତ। ଏବେ ସେହି ରେଡିଓଟି ତା’ର ସବା ସାନଝିଅ ପାଖରେ ଅଛି। ସେ ବି ଶୁଶୁଛି ସେଇ ଭକ୍ତିଗୀତ ଆଉ ପଢୁଛି ଭାଗବତ। ହେଲେ ବୋଉ ଆଉ ନାହିଁ ଆମ ପାଖରେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri