Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ ବି.ଏନ୍‌ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ବି.ଜେ.ବି କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲି। ତା’ପରେ ସମ୍ବଲପୁରସ୍ଥିତ ଭି.ଏସ୍‌.ଏସ୍‌ ମେଡିକାଲ କଲେଜରେ ଏମ୍‌.ବି.ବି.ଏସ୍‌ କଲି। ପଢା ସରିବା ପରେ ବର୍ଷେ ଇଣ୍ଟର୍ନସିପ୍‌ରେ ରହିଲି; ଆଉ ସେତେବେଳେ ମୋତେ ମାସକୁ ପ୍ରାୟ ତେର ହଜାର ପାଞ୍ଚ ଶହ ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ମିଳିଲା। ଏହା ଥିଲା ୨୦୧୨ ମସିହାର କଥା। ପ୍ରଥମ ଷ୍ଟାଇପେଣ୍ଡ ଟଙ୍କା ଇଣ୍ଟର୍ନସିପ୍‌ ଆରମ୍ଭ ହେବାର ୨ମାସ ପରେ ଏକକାଳୀନ ମୋତେ ମିଳିଥିଲା। ସେତେବେଳେ ୧୫ ଦିନିଆ ଟ୍ରେନିଂ ପାଇଁ ମୁଁ ବରଗଡ଼ ହେଡ୍‌କ୍ୱାଟର ହସ୍ପିଟାଲ୍‌କୁ ଯାଇଥାଏ। ଯେତେବେଳେ ୨ମାସର ଷ୍ଟାଇପେଣ୍ଡ ଟଙ୍କା ବ୍ୟାଙ୍କ୍‌ ଆକାଉଣ୍ଟରେ ଜମା ହେବାର ମୋତେ ମେସେଜ୍‌ ଆସିଲା ଭାରୀ ଖୁସି ଲାଗିଲା। ଯେହେତୁ ବରଗଡ଼ର ବରପାଲିରେ ସମ୍ବଲପୁରୀ ଶାଢି ଭଲ ମିଳେ ବୋଲି ଜାଣିଥିଲି, ତେଣୁ ପ୍ରଥମ ଷ୍ଟାଇପେଣ୍ଡ ଟଙ୍କାରେ ମା’ଙ୍କ ପାଇଁ ସେଠାରୁ ଗୋଟିଏ ସୁନ୍ଦର ସମ୍ବଲପୁରୀ ଶାଢି କିଣି ଆଣି ତାଙ୍କୁ ଗିଫ୍ଟ କରିଥିଲି। ଅବଶ୍ୟ ପରେ ଘରର ଅନ୍ୟମାନଙ୍କୁ କିଛି ନା କିଛି ଗିଫ୍ଟ ଦେଇଥିଲି କିନ୍ତୁ ପ୍ରଥମ ପାରିଶ୍ରମିକରେ ମା’ଙ୍କ ଖୁସି ପାଇଁ କିଛି କରିପାରିଥିବାରୁ ମୋତେ ବହୁତ ଆତ୍ମସନ୍ତୋଷ ମିଳିଥିଲା। ଇଣ୍ଟର୍ନସିପ୍‌ ସରିବା ପରେ ପରେ ମୋତେ ଦିଲ୍ଲୀ ଏମ୍ସରେ ଡର୍ମାଟୋଲୋଜି (ତ୍ୱଚା, କେଶ, ନଖ) ବିଭାଗରେ ପିଜି କରିବାର ସୁଯୋଗ ମିଳିଲା। ପିଜି ପରେ ଦୁଇ ବର୍ଷ ସିନିୟର୍‌ ରେସିଡେନ୍ସି ଭାବେ ସେଠାରେ ପ୍ରାକ୍ଟିସ୍‌ ମଧ୍ୟ କଲି। ତା’ପରେ ସ୍ଥାନୀୟ ୟୁଜେନିକ୍ସ ହେୟାର୍‌ ସାଇନ୍ସ ନାମକ ଏକ ଇନଷ୍ଟିଚ୍ୟୁଟ୍‌ରେ ଦୁଇ ବର୍ଷ ହେୟାର୍‌ କନ୍ସଲଟାଣ୍ଟ ଭାବେ କାମ କରିବା ପରେ ସେଇ ଦିଲ୍ଲୀରେ ହିଁ ନିଜର ଏକ କ୍ଲିନିକ୍‌ ଖୋଲିଲି ୨୦୨୧ରେ; ଆଉ ଯା’ର ନାଁ ଦେଲି ଆଲୋ ରୁଟ୍ସ ହେୟାର୍‌ ଆଣ୍ଡ ସ୍କିନ କ୍ଲିନିକ। ପ୍ରାୟ ଦୁଇ ବର୍ଷ ପରେ ଦିଲ୍ଲୀ କ୍ଲିନିକ କଥା ବୁଝିବା ସହିତ ଭୁବନେଶ୍ବର ଆସି ଏକ ଘରୋଇ ହସ୍ପିଟାଲରେ ଭିଜିଟିଂ କନ୍ସଲଟାଣ୍ଟ ଭାବେ କିଛି ଦିନ କାମ କଲି। ପରେ ପରେ ଭୁବନେଶ୍ବରରେ ବି ଦିଲ୍ଲୀ କ୍ଲିନିକ୍‌ର ଆଉ ଏକ ବ୍ରାଞ୍ଚ ଖୋଲି ଲୋକମାନଙ୍କର କେଶ ତଥା ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାଗୁଡିକୁ ସମାଧାନ କରିବାକୁ ଚେଷ୍ଟା କଲି। ୟା’ଭିତରେ ଅନେକ ସଫଳତା ମୋତେ ମିଳି ସାରିଛି। ତଥାପି ଆହୁରି ସକ୍‌ସେସ୍‌ ହେବାକୁ ଏବେ ବି ପ୍ରୟାସ ଜାରି ରହିଛି। ଏ ତ ଥିଲା ମୋ ବୃତ୍ତିଗତ କଥା। ଏହାଛଡ଼ା ଲେଖାଲେଖିରେ ରୁଚି ଥିବାରୁ ସ୍କୁଲ, କଲେଜ ସମୟରେ କିଛି କବିତା ଲେଖିଥିଲି। ତା’ସହିତ ବକ୍ତୃତା ପ୍ରତିଯୋଗିତା, ରଚନା ପ୍ରତିଯୋଗିତା ଆଦିରେ ଭାଗ ନେଇ ଅନେକ ପୁରସ୍କାର ବି ପାଇଥିଲି। ଏବେ ବ୍ୟସ୍ତତା ଭିତରେ ରହୁଥିବାରୁ ବେଶୀ ଆଉ ଲେଖାଲେଖି କରି ପାରୁନି ସତ କିନ୍ତୁ ବିଭିନ୍ନ ପ୍ରକାର ଶିକ୍ଷଣୀୟ ପୁସ୍ତକ ପଢିବାର ଅଭ୍ୟାସ ଆଜି ବି ମୋର ପୂର୍ବବତ୍‌ ରହିଛି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ…

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ ହେଉଛି ହୀରାକୁଦ। ଏହାର ପ୍ରାକୃତିକ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ଭାବବିହ୍ବଳ କରିଦେଇଥାଏ। ଭୁବନେଶ୍ୱରରୁ ୨୮୦ କି.ମି. ଦୂର ହୋଇଥିବା ବେଳେ ସମ୍ବଲପୁରରୁ...

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି...

ବିଶ୍ୱର ସବୁଠୁ ଶୂନ୍‌ଶାନ ଦେଶ କିଏ ଜାଣନ୍ତି

ଦୁନିଆରେ ଏକ ଶୂନ୍‌ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍‌ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri