Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ବାପାବୋଉଙ୍କ ପାଇଁ ନୂଆ ଲୁଗା କିଣିଥିଲି: ଶିକ୍ଷକ ପଞ୍ଚାନନ ଜେନା

ବାଲେଶ୍ୱର ଜିଲା ବାଲିଆପାଳ ନିକଟସ୍ଥ ବଗଦା ଗାଁରେ ମୋ ଜନ୍ମ। ପୁରୁଷୋତ୍ତମ ଉଚ୍ଚବିଦ୍ୟାଳୟରୁ ଦଶମ, ସୁବର୍ଣ୍ଣରେଖା ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ଏବଂ ଏଫ୍‌.ଏମ୍‌ କଲେଜରୁ ଯୁକ୍ତ ତିନି ପାସ୍‌ କରିବା ପରେ ବାଣୀବିହାରରେ ଇତିହାସରେ ସ୍ନାତକୋତ୍ତର ପଢିଲି। ତା’ପରେ ବି.ଇଡି କଲି। ବି.ଇଡିର ଥିଓରି ପରୀକ୍ଷା ସରିବା ପରେ ପରେ ଇଣ୍ଟରଭ୍ୟୁ ଦେଇ ବିହାରର ବରକାକାନାସ୍ଥିତ ଡି.ଏ.ଭି ପବ୍ଲିକ୍‌ ସ୍କୁଲ୍‌ରେ ପ୍ରଥମେ ଶିକ୍ଷକତା କରିବାକୁ ଲାଗିଲି। ଏହା ଥିଲା ୧୯୯୫ ମସିହାର କଥା; ସେତେବେଳେ ବରକାକାନା ବିହାର ରାଜ୍ୟ ଅନ୍ତର୍ଭୂକ୍ତ ଥିଲା। କିନ୍ତୁ ଏବେ ଏହା ଝାଡ଼ଖଣ୍ଡ ରାଜ୍ୟରେ ଆସୁଛି। ତେବେ ପ୍ରଥମ ଚାକିରିର ପ୍ରଥମ ଦରମା ଆକାରରେ ୩୦୦୦ ଟଙ୍କା ଯେବେ ହାତରେ ଧରିଲି, ସ୍ବର୍ଗସୁଖ ପାଇଲା ଭଳି ଲାଗିଲା। ପ୍ରଥମେ ସେଠାରେ ଥିବା ଏକ ହନୁମାନ ମନ୍ଦିରକୁ ଯାଇ ଭୋଗ କଲି। ତା’ପରେ ବାପା, ବୋଉଙ୍କ ପାଇଁ ନୂଆ ଲୁଗା ଓ ସାନ ଭାଇଭଉଣୀଙ୍କ ପଢା ଖର୍ଚ୍ଚ ପାଇଁ କିଛି ଟଙ୍କା ଘରକୁ ମନିଅର୍ଡର ଓ ପାର୍ସଲରେ ପଠାଇଲି। ଆଉ କିଛି ଟଙ୍କାକୁ ବି.ଇଡିର ପ୍ରାକ୍ଟିକାଲ୍‌ ପାଇଁ ରେକର୍ଡ ଆଦି ପ୍ରସ୍ତୁତ କରିବାରେ ଖର୍ଚ୍ଚ କରିଥିଲି। ଏହିପରି ଭାବେ ପ୍ରଥମ ଦରମା ମୋର ଖର୍ଚ୍ଚ ହୋଇଥିଲା। ୨୦୦୨ ଯାଏଁ ବରକାକାନାରେ ରହିଲି। ତା’ପରେ ଜବାହର ନବୋଦୟ ବିଦ୍ୟାଳୟରେ ମୋର ଚାକିରି ହୋଇଗଲା। ପ୍ରଥମ ପୋଷ୍ଟିଂ ଆସାମର ଶିବସାଗର ଜିଲାସ୍ଥିତ ନବୋଦୟ ବିଦ୍ୟାଳୟରେ ହେଲା। ୩ବର୍ଷ ପରେ ବଦଳି ହୋଇ ପୁଡୁଚେରୀର ୟାନମସ୍ଥିତ ଜବାହର ନବୋଦୟ ବିଦ୍ୟାଳୟକୁ ଗଲି। ସେଠି ୧୧ ବର୍ଷ ଶିକ୍ଷକତା କରିବା ପରେ ଢେଙ୍କାନାଳର ସରାଙ୍ଗସ୍ଥିତ ନବୋଦୟ ବିଦ୍ୟାଳୟକୁ ମୋର ବଦଳି ହେଲା; ଯେଉଁଠାରେ ମୁଁ ଏବେ ବି କାର୍ଯ୍ୟରତ। ଶିକ୍ଷକତା ବ୍ୟତିତ କ୍ଷୁଦ୍ର ଗଳ୍ପ ଓ କବିତା ଲେଖିବାରେ ମଧ୍ୟ ମୋର ବିଶେଷ ରୁଚି ରହିଛି। ପି.ଜି ପଢିଲାବେଳେ କିଛିଟା ଲେଖାଲେଖି କରୁଥିଲି। ତା’ପରେ ବେଶ୍‌ କିଛିଦିନ ନୀରବି ଯାଇଥିଲି। ଆଉ ଓଡ଼ିଶା ଫେରିବା ପରେ ପୁଣି ଲେଖାଲେଖିର ଧାରା ମୋର ଆରମ୍ଭ ହୋଇଗଲା। ସେବେଠାରୁ ୟା’ ଭିତରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଗପ ଓ କବିତା ଲେଖିସାରିଛି। ଯାହାକୁ ଆଧାର କରି ଖୁବ୍‌ ଶୀଘ୍ର ମୋର ତିନୋଟି ପୁସ୍ତକ ପ୍ରକାଶ ପାଇବାକୁ ଯାଉଛି। ବିଶେଷକରି ନାରୀ ସଶକ୍ତି କରଣ, ବସ୍ତୁବାଦୀ ଦୁନିଆ, ସ୍ବାର୍ଥବାଦୀ ମଣିଷ ସମାଜ, ଦେଶପ୍ରେମର ଅଭାବବୋଧ ଓ ସାମାଜିକ ଚଳଣୀକୁ ଆଧାର କରି ମୁଁ କବିତା ଲେଖିଥାଏ। ସେହିପରି ବୃଦ୍ଧ ଗୁରୁଜନମାନଙ୍କ ସହିତ ଆଜିକାଲିର ପିଲାଙ୍କ ଚାଲିଚଳଣ, ଦିବ୍ୟାଙ୍ଗ ପିଲାର ମା’ର ଦୁଃଖଦୁର୍ଦ୍ଦଶା ତଥା ଗରିବ ପିଲାର ସଂଘର୍ଷପୂର୍ଣ୍ଣ ଜୀବନଶୈଳୀକୁ ମୁଁ ଗପ ମାଧ୍ୟମରେ ପରିପ୍ରକାଶ କରିବାକୁ ସବୁବେଳେ ଚେଷ୍ଟା କରିଥାଏ। ଏଥିସହିତ ଶିକ୍ଷା ହେଉ ଅବା ଲେଖାଲେଖି ମାଧ୍ୟମରେ ପିଲାମାନଙ୍କୁ କିଛି ଭଲ କଥା ଶିଖାଇବାର ପ୍ରୟାସ ମୋର ସର୍ବଦା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri