Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ବହି କିଣିଥିଲି: ପବିତ୍ର ବ୍ରହ୍ମପୁତ୍ର ନାୟକ

ପ୍ରକୃତିର ଗନ୍ତାଘର ଭିତରକନିକା କୋଳରେ ନଦୀନାଳ ଘେରା କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ମୋର ଜନ୍ମ ୧୫ ଜୁଲାଇ ୧୯୯୬ ମସିହାରେ । ଆମ ପରିବାର ଏକ ମଧ୍ୟବିତ୍ତ ପରିବାର, ଆର୍ଥିକ ଅବସ୍ଥା ସେତେଟା ସ୍ବଚ୍ଛଳ ନୁହେଁ l ପିଲାଟି ଦିନରୁ ଅର୍ଥର ଅଭାବ ଅନୁଭବ କରିଛି। ମୋ ବାପା ସେତେବେଳେ ଗାଁ କଲେଜରେ ଅଧ୍ୟାପକ, ଦରମା ପାଉନଥାନ୍ତି ବହୁ କଷ୍ଟ ସ୍ବୀକାର କରି ସେ ମତେ ପଢ଼ାଇ ଆସିଛନ୍ତି। ମୋର ଶିକ୍ଷା ପ୍ରାଥମିକଠୁ ଆରମ୍ଭ କରି ମହାବିଦ୍ୟାଳୟ ଯାଏ ଅନେକ ବାଧାବିଘ୍ନ ଦେଇ ବିତିଛି ମୋ ଗାଁରେ । ଯେତେବେଳେ ମହାବିଦ୍ୟାଳୟରେ ମୁଁ ପଢୁଥିଲି ସେତବେଳେ କଣ କରିବି ନିଜେ ହିଁ ସ୍ଥିର କରିପାରିନଥିଲି । କାହିଁକି ନା ମୋ କ୍ୟାରିୟର ସେତେଟା ସଫଳତାପୂର୍ଣ୍ଣ ନଥିଲା, ମୁଁ ମାଟ୍ରିକରେ ତୃତୀୟ ଶ୍ରେଣୀ, ଦୁଇ ଦୁଇ ଥର ଯୁକ୍ତ ଦୁଇ ବିଜ୍ଞାନରେ ଆକୃତ କାର୍ଯ୍ୟ ହୋଇଥିଲି। ପରେ ମୁଁ ଯୁକ୍ତ ତିନି କଳାରେ ଅଧ୍ୟୟନ କରି ସଫଳ ହେଲି ଓ ସେତେବେଳେ ଭାବିଥିଲି ଅଧ୍ୟାପନା କ୍ଷେତ୍ରରେ ଯିବି। କିନ୍ତୁ ଯୁକ୍ତ ତିନି ପରେ ପରେ ମୋ ଜୀବନର ମୋଡ଼ ବଦଳିଗଲା। ଭାରତ ସରକାରଙ୍କ ଭାରତୀୟ ଜନ ସଂଚାର ସଂସ୍ଥାନରେ ଇଣ୍ଟରଭ୍ୟୁ ଦେଇ ସାମ୍ବାଦିକତାରେ ଅଧ୍ୟୟନ କରିବା ପାଇଁ ସୁଯୋଗ ପାଇଲି। ସାମ୍ବାଦିକତାରେ ପାଠ ପଢ଼ା ପରେପରେ ମୋର ଚାକିରି ଜୀବନ ଆରମ୍ଭ ହେଲା ଗୋଟିଏ ଦୈନିକ ଖବର କାଗଜରୁ ସହ ସମ୍ପାଦକ ଭାବେ । ସେତେବେଳେ ମୋ ଦରମା ଥିଲା ମାସିକ ଦଶ ହଜାର ଟଙ୍କା । ନିଜ ରୋଜଗାରର ଦରମା ଟଙ୍କା ଯଉଦିନ ପାଇଲି, ସେଦିନ ନିଜକୁ ବିଶ୍ୱାସ କରି ପାରିଲି ନାହିଁ । ବାରମ୍ବାର ଦେଖୁଥିଲି ସେଇସବୁ ଖଡ ଖଡିଆ ନୋଟକୁ । ଅନୁଭବ କରୁଥିଲି ନୋଟର ବାସ୍ନାକୁ । ସେଇ ଟଙ୍କାକୁ ବିଛଣାରେ ରଖି ଫଟୋ ଉଠାଇ ଫେସବୁକରେ ଛାଡ଼ିଦେଇ ବିପୁଳ ଆନନ୍ଦ ପାଉଥିଲି ପ୍ରିୟଜନଙ୍କ ମତାମତରେ। ମୋର ମନେଅଛି ସେଇ ଟଙ୍କାରେ ମୁଁ କିଛି ଭଲ ବହି କିଣିଥିଲି ଯେଉଁଥିରେ ଥିଲା ଭାନୁଜୀ ରାଓ, ରବି ସିଂଙ୍କ ଗ୍ରନ୍ଥାବଳୀ ସମେତ ଆଉ କିଛି ।

ସମୟରେ ଏକ ବର୍ଷ ଚାକିରି କରିବା ପରେ ଚାକିରି ଜୀବନକୁ ବିଦାୟ ଦେଇ, ନିଜ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିଥିଲି । ଚାକିରିର ପାଞ୍ଚ ଗୁଣ ଅର୍ଥ ଏବେ ରୋଜଗାର କରୁଥିଲେ ବି ପ୍ରଥମ ରୋଜଗାର ସ୍ମୃତିକୁ ମୁଁ କେବେ ଭୁଲିନି କି ଭୁଲି ପାରିବି ନାହିଁ। ଆଉ ଏକ କଥା ଜୀବନର ବ୍ରତ ଭାବେ ମୁଁ ସମାଜ ସେବାକୁ ଗ୍ରହଣ କରି ଆସିଛି। ଦୀର୍ଘ ବର୍ଷ ହେବ ଏ ଅଭିଯାନ ମୋର ଆରମ୍ଭ ହୋଇଛି ମୋ ମାସିକ ରୋଜଗାରରୁ ଦଶ ହଜାର ଟଙ୍କା ଆର୍ଥିକ ଅବସ୍ଥା ଭଲ ନଥିବା ମେଧାବୀ ଛାତ୍ରଛାତ୍ରୀ ଓ ଗରିବ, ଅସହାୟ, ରୋଗୀଙ୍କୁ ପ୍ରଦାନ କରି ଆସୁଛି ଯାହା ସମ୍ଭବ ହେଉଛି ମହବାହୁଙ୍କ ବିପୁଳ ଆଶିଷ ଯୋଗୁ।


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ...

ଅଭିବ୍ୟକ୍ତି ସ୍ବାଧୀନତାକୁ ସଂକୁଚିତ କରୁଛି ଆଇନ: ଅନନ୍ତ ନାଥ

ସାମ୍ବାଦିକତା ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ଅନନ୍ତ ନାଥ ୨୦୧୦ରେ ‘ଦି କାରାଭାନ’ ପତ୍ରିକା ପୁନଃ ଆରମ୍ଭ କରିଥିଲେ। ତାଙ୍କ ସମ୍ପାଦନାରେ ବାସ୍ତବ କାହାଣୀଗୁଡ଼ିକର ବ୍ୟାଖ୍ୟାନ ଏହି...

ଟ୍ରେନ୍‌ରେ ମିଳୁଥିବା କମ୍ବଳ-ଚାଦର କେତେ ଥର ଧୂଆ ଯାଇଥାଏ? ରେଲଓ୍ବେ କଲା ଚମକାଇବା ଭଳି ଖୁଲାସା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ। ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯଦି ଆପଣ...

ମୋଦି ଲଡୁ ନାମରେ ପ୍ରସିଦ୍ଧ ଏହି ମିଠା, ଏହାର ଓଜନ ଆଉ ମୂଲ୍ୟ ଜାଣିଲେ…

ଭାଗଲପୁର,୨୫।୧୦: ଆପଣ କେବେ ମୋଦି ଲଡୁ ଖାଇଛନ୍ତି କି? ଆପଣ ଜାଣନ୍ତି କି ମୋଦି ଲଡୁ କେଉଁଠାରେ ଉପଲବ୍ଧ? ଆପଣ ଏହାର ମୂଲ୍ୟ ଜାଣିଛନ୍ତି କି?...

Maternity Leave ସମୟରେ ପୁଣି ଗର୍ଭବତୀ ହେଲେ ମହିଳା, ଚାକିରିରୁ ବିଦା କରିବା ପଡିଲା ମହଙ୍ଗା!

ଲଣ୍ଡନ,୨୩।୧୦: ବ୍ରିଟେନର ଜଣେ ମହିଳା ମାତୃତ୍ୱ ଛୁଟିରୁ ଫେରିବା ପରେ ପୁଣିଥରେ ଗର୍ଭବତୀ ଥିବା ଜଣାପଡିଥିଲା। ଏହାପରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା, କିନ୍ତୁ ତାଙ୍କୁ...

୫ ହଜାର ଫୁଟ ଉଚ୍ଚରେ ରହସ୍ୟମୟ ଗୁମ୍ଫା

ବେଜିଂ: ବିଶ୍ୱରେ ଏପରି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାର କିଛି ନା କିଛି ରହସ୍ୟ ରହିଛି। ଏହି ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଭ୍ରମଣ...

ସ୍ତ୍ରୀଙ୍କୁ କାର୍‌ରେ ଦେଶ ବୁଲାଉଛନ୍ତି

ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ରହୁଥିବା ଅବସରପ୍ରାପ୍ତ ଅଜୟ ତୋମାର (୬୨) ଓ ତାଙ୍କ ସ୍ତ୍ରୀ ସୁନୀତା ତୋମାର(୫୮) ସେମାନଙ୍କ କାର୍‌ରେ ସାରା ଭାରତ ଭ୍ରମଣ...

ସମୁଦ୍ରରେ ବିବାହ

ରିୟାଧ: ବିବାହକୁ ଅନନ୍ୟ ଓ ସ୍ମରଣୀୟ କରିବା ପାଇଁ ସମ୍ପ୍ରତି ଯୁବପିଢ଼ି ଅନେକ ପ୍ରକାରର ନୂତନ ଟ୍ରେଣ୍ଡ୍‌କୁ ଫଲୋ କରୁଛନ୍ତି। ନିକଟରେ ହାସନ୍‌ ଅବୁ ଅଲ୍‌-ଓଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri