ରଚନାଙ୍କ ଘୋଷଣା: ପ୍ରିୟଙ୍କାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବି ଆଉ ଜିତିବି…

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀ ନିଜେ ବିଧାନସଭା ନିର୍ବାଚନ ଲଢ଼ିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ବଲିଉଡ୍‌ ଅଭିନେତ୍ରୀ ରଚନା ସିଂହ ଯଦୁବଂଶୀ ପ୍ରିୟଙ୍କାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରି ଏବେ ଚର୍ଚ୍ଚାରେ।

ନିଜର ଏକ ଶୁଟିଂ ପାଇଁ ବାରଣାସୀ ପହଞ୍ଚିଥିଲେ ରଚନା। ସେଠାରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ଏବଂ ଉତ୍ତରପ୍ରଦେଶରେ ମହିଳା ସଶକ୍ତିକରଣର ସେ ପ୍ରଶଂସା କରିଛନ୍ତି। ଏହାଛଡା ପ୍ରିୟଙ୍କା ଉତ୍ତରପ୍ରଦେଶ ନିର୍ବାଚନରେ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବାକୁ ନେଇ ରଚନା ନିଜର ପ୍ରତିକ୍ରିୟା ରଖିଥିଲେ।

ପ୍ରିୟଙ୍କା କେବଳ ନିର୍ବାଚନ ସମୟରେ ଦେଖାଦିଅନ୍ତି। ସେ ଯଦି ବାସ୍ତବରେ ମହିଳା ଏବଂ ଝିଅମାନଙ୍କ ପାଇଁ କିଛି କରିବାକୁ ଚାହାନ୍ତି ତେବେ ସେଭଳି କିଛି କରିବା ଉଚିତ ଯାହା ଉପରେ ସମସ୍ତେ ବିଶ୍ୱାସ କରିବେ। ଯଦି ମୁଁ ରାଜନୀତିକୁ ହଠାତ ଆସିଯାଏ। ବୋଧହୁଏ ପ୍ରିୟଙ୍କାଙ୍କଠାରୁ ଅଧିକ ଭୋଟ ମିଳିବ। ପ୍ରିୟଙ୍କାଙ୍କ ଭଳି ୫୫ ବର୍ଷୀୟ ମହିଳା ନିଜକୁ ଯୁବତୀ କହୁଛନ୍ତି। ତେବେ ମୁଁ କ’ଣ। ସୁଯୋଗ ମିଳିଲେ ତାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବି ଆଉ ଜିତିବି ବୋଲି ରଚନା କହିଛନ୍ତି।

ସେହିଭଳି ଜିନ୍ନାଙ୍କ ପ୍ରଶ୍ନର ଜବାବରେ ସେ କହିଥିଲେ, ଭାରତ ଅବ୍‌ଦୁଲ କଲାମଙ୍କ ଭଳି ବ୍ୟକ୍ତିତ୍ୱର ଦେଶ। ମୁଁ ଦେଶଦ୍ରୋହୀଙ୍କ ବିଷୟରେ କଥା ହେବାକୁ ଚାହେଁନା। ବାବା ଶ୍ରୀ କାଶି ବିଶ୍ୱନାଥଙ୍କ ଭକ୍ତ ମୁଁ। ଭଗବାନ ରାମଙ୍କ ମନ୍ଦିର ଅଯୋଧ୍ୟାରେ ନିର୍ମାଣ ହେଉଛି। କାଶୀରେ ବାବା ବିଶ୍ୱନାଥଙ୍କ ମନ୍ଦିର ଭବ୍ୟ ହେଉଛି। ମଥୁରାରେ ମଧ୍ୟ ସେଭଳି ହେବା ଉଚିତ।

Share