‘ମୁଁ ଧୋନୀଙ୍କ ପାଇଁ ଜୀବନ ଦେଇପାରିବି’

ମୁମ୍ବାଇ,୨।୫: କ୍ରିକେଟ ଦୁନିଆରେ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରେଜ ସବୁଠି ଦେଖାଯାଏ। ଦେଶ ହେଉ କି ବିଦେଶ ଖେଳରେ ଧୋନୀଙ୍କ ଫ୍ୟାନ ବେସ ସର୍ବାଧିକ। କ୍ୟାପଟେନ କୁଲଙ୍କ ପାଇଁ କ୍ରିକେଟ ପ୍ରଶଂସକମାନେ କେତେ ପାଗଳ, ଅନେକ ଥର ଏହାର ଉଦାହରଣ ଦେଖିବାକୁ ମିଳିଛି। ରବିବାର ସନରାଇଜର୍ସ ହାଇଦ୍ରାବାଦ ଏବଂ ସିଏସକେ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ଜଣେ ପାଗଳ ପ୍ରଶଂସକ ଧୋନୀଙ୍କ ପାଇଁ ନିଜ ଜୀବନ ଦେବା ବିଷୟରେ କହିଛନ୍ତି।
ହାଇଦ୍ରାବାଦ ଏବଂ ସିଏସକେ ମ୍ୟାଚରେ ଧୋନୀଙ୍କ ଜଣେ ପ୍ରଶଂସକ ମଧ୍ୟ ନଜର ଆସିଥିଲେ। ଏହି ପ୍ରଶଂସକ କ୍ୟାପଟେନ କୁଲଙ୍କ ପାଇଁ ନିଜ ଜୀବନ ଦେବା ବିଷୟ ଏକ ପୋଷ୍ଟର ମାଧ୍ୟମରେ ପ୍ରକାଶ କରିଥିଲେ। ମ୍ୟାଚ ସମୟରେ ଷ୍ଟାଡିୟମରେ ବସିଥିବା ଜଣେ ପ୍ରଶଂସକଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହି ପ୍ରଶଂସକ ତାଙ୍କ ହାତରେ ଏକ ପୋଷ୍ଟର ଧରି ଠିଆ ହୋଇଛନ୍ତି। ଏହି ପୋଷ୍ଟରରେ ଲେଖାଥିଲା ଯେ, ଯଦି ଧୋନୀ ସ୍ବର୍ଗରେ ଖେଳନ୍ତି, ତେବେ ମୁଁ ମଧ୍ୟ ମରିବାକୁ ପ୍ରସ୍ତୁତ ଅଛି।
ଧୋନୀଙ୍କ ଅଧିନାୟକତ୍ୱରେ ସିଏସ୍‌କେ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ମାହି ଦଳକୁ ୪ଥର ଆଇପିଏଲ ଚାମ୍ପିଅନ୍‌ କରାଇଛନ୍ତି। ଧୋନୀଙ୍କ ଅଧିନାୟକତ୍ୱରେ ପ୍ରଥମେ ୨୦୧୦ ଏବଂ ୨୦୧୧ କ୍ରମାଗତ ଦୁଇଟି ଟାଇଟଲ ଜିତିଥିଲା। ଏହା ପରେ ସିଏସକେ ଦଳ ୨୦୧୮ରେ ତୃତୀୟ ଥର ପାଇଁ ଚାମ୍ପିଅନ ହେଲା। ୨୦୨୧ରେ ଧୋନୀଙ୍କ ଅଧିନାୟକତ୍ୱରେ ଚତୁର୍ଥ ଟାଇଟଲ ଜିତିଥିଲା।

Share