ଏସବୁ କାମ ମା’ ଲକ୍ଷ୍ମୀଙ୍କୁ ନାପସନ୍ଦ, କରିବା ପୂର୍ବରୁ…

ଭଲ ହେଉ କି ମନ୍ଦ, ପ୍ରତ୍ୟେକ କାମର କିଛି ନା କିଛି ପରିଣାମ ରହିଥାଏ। କିଛି କାମ ଘର ପାଇଁ ଉନ୍ନତିର ପଥ ଖୋଲିଥାଏ ତ ଆଉ କିଛି କାମ ଘରକୁ ବିପଦ ଟାଣି ଆଣିଥାଏ। ଏଠାରେ ସେମିତି କିଛି କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରାଗଲା; ଯାହାକୁ କଲେ ଘରେ ନକାରାତ୍ମକ ଊର୍ଜ୍ଜା ବଢିବା ସହ ମାତା ଲକ୍ଷ୍ମୀ ବି ଅସନ୍ତୁଷ୍ଟ ହୋଇଥାନ୍ତି…

* କିଛି ଲୋକଙ୍କର ରାତିର ଅଇଁଠା ବାସନକୁ ସକାଳେ ମାଜିବାର ଅଭ୍ୟାସ ଥାଏ। କିନ୍ତୁ ଏହି ଅଭ୍ୟାସ ଯୋଗୁ ଘରେ ନକରାତ୍ମକ ଊର୍ଜ୍ଜା ବୃଦ୍ଧି ପାଇବା ସହ ମାତା ଲକ୍ଷ୍ମୀ ବି ରୋଷ କରିଥାନ୍ତି। ତେଣୁ ଖାଇ ସାରିବା ପରେ ଅଇଁଠା ବାସନକୁ ଶୀଘ୍ର ଧୋଇଦେବା ଭଲ।

* ବିଛଣାରେ କେବେ ବି ଚିରା, ମଇଳା ଚାଦର ପକାଇବେ ନାହିଁ। ଏହାଦ୍ୱାରା ବି ଘରେ ନକାରାତ୍ମକ ଊର୍ଜ୍ଜା ସୃଷ୍ଟି ହୋଇଥାଏ। ତେଣୁ ସକାଳୁ ଉଠିବା ପରେ ବିଛଣା ଚାଦରକୁ ସଙ୍ଗେସଙ୍ଗେ ସଜାଡି ଦେବେ, ଯଦି ମଇଳା ହୋଇଥିବ ଏହାକୁ ସଫା କରିଦେବେ।

* ପ୍ରତିଦିନ ପୂଜା କରିବା ପୂର୍ବରୁ ଓ ପରେ ଠାକୁର ଘରକୁ ସଫା କରିବା ଦରକାର। ଠାକୁର ଘର ସଫାସୁତୁରା ରହିଲେ ମାତା ଲକ୍ଷ୍ମୀ ଖୁସି ହୋଇଥାନ୍ତି; ଯଦ୍ଦ୍ବାରା ଘରର ଉନ୍ନତି ହୋଇଥାଏ।

* କିଛି ଲୋକଙ୍କର ଜୋତାକୁ ଏଣେତେଣେ ଫୋପାଡିବାର ଅଭ୍ୟାସ ଥାଏ। ଖାସ୍‌ କରି ମୁଖ୍ୟଦ୍ୱାରା ସମ୍ମୁଖରେ ଜୋତାକୁ ଏଣେତେଣେ ଫୋଫାଡିଲେ ମାତା ଲକ୍ଷ୍ମୀ ରୋଷ କରିଥାନ୍ତି; ଯାହା ଫଳରେ ଘରେ ଆର୍ଥିକ ସମସ୍ୟା ଦେଖାଯାଏ ବୋଲି ବିଶ୍ୱାସ ରହିଛି।

* ଆଉ କିଛି ଲୋକ ଅଛନ୍ତି; ଯେଉଁମାନେ ଖାଇସାରିବା ପରେ ଖାଦ୍ୟ ଥାଳିରେ ହିଁ ହାତ ଧୋଇ ଦିଅନ୍ତି। ଏପରି କଲେ ବି ଆର୍ଥିକ ସ୍ଥିତି ଦୁର୍ବଳ ହୁଏ ବୋଲି ବିଶ୍ୱାସ ଅଛି।