ଭାରତୀୟଙ୍କୁ ନେଇ ଗଢିବୁ ଆଉ ଏକ ଇସ୍ରାଏଲୀ ସେନା, ଭାରତର ସମର୍ଥନକୁ ନେଇ କହିଲେ ଇସ୍ରାଏଲ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧୪।୧୦: ଇସ୍ରାଏଲ-ହମାସ୍‌ ମଧ୍ୟରେ ଯୁଦ୍ଧକୁ ସପ୍ତାହେ ବିତିଛି। ଏହି ସମୟରେ, ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ ଇସ୍ରାଏଲକୁ ସମର୍ଥନ ଦେଇଥିବାରୁ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଖବର ସରବରାହ ସଂସ୍ଥା ଏଏନଆଇକୁ ସୂଚନା ଦେଇ ଗିଲନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ମିଳିଥିବା ସମର୍ଥନକୁ ଆମେ କେବେବି ଭୁଲି ପାରିବୁ ନାହିଁ। ବହୁ ଭାରତୀୟ ମୋତେ ଫୋନ କରି ଇସ୍ରାଏଲ ପାଇଁ ଯୁଦ୍ଧ କରିବାକୁ ଚାହୁଁଛନ୍ତି। ବହୁ ଭାରତୀୟ ଭଲିଏଣ୍ଟର୍ସଙ୍କୁ ନେଇ ଅନ୍ୟ ଏକ ଆଇଡିଏଫ(ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ଗଢାଯାଇ ପାରିବ। ଭାରତ ଓ ଇସ୍ରାଏଲ ମଧ୍ୟରେ ଏହି ଘନିଷ୍ଠତା ଯାହା ମୁଁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ।

ଇସ୍ରାଏଲକୁ ସମର୍ଥନ କରିବା ପାଇଁ ତାଙ୍କୁ ଅନେକ ମନ୍ତ୍ରୀ, ଅଧିକାରୀ ଏବଂ ବ୍ୟବସାୟୀଙ୍କଠାରୁ ଫୋନ ଆସିଛି। ଇସ୍ରାଏଲ ଦୂତାବାସର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଆଶ୍ଚର୍ଯ୍ୟଜନକ ସମର୍ଥନ ମିଳିଛି। ଭାରତୀୟଙ୍କ ସହ ଆମେ ଆଉ ଏକ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଗଠନ କରିପାରିବୁ ବୋଲି ନାଓର କହିଛନ୍ତି।

Share