Categories: ଜାତୀୟ

ବିଶ୍ୱାସ ନ ଥିଲା ମୋ ପୁଅଙ୍କୁ କରିବେ ରାଜ୍ୟ ସଭାପତି: ୟେଦୁରପ୍ପା…

ବେଙ୍ଗାଲୁରୁ,୧୧।୧୧ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପନ) ନେତା ବିଏସ ୟେଦୁରପ୍ପା ଶନିବାର କହିଛନ୍ତି ଦଳର ନେତାମାନେ ତାଙ୍କ ପୁଅ ବିଜୟେନ୍ଦ୍ରଙ୍କୁ ରାଜ୍ୟ ୟୁନିଟର ନୂତନ ସଭାପତି ଭାବରେ ବାଛିବେ ବୋଲି ମୁଁ କେବେ ଆଶା କର ନ ଥିଲି। ସେ କହିଛନ୍ତି, ’ମୁଁ କେବେ ଆଶା କରି ନ ଥିଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ମୁଖ୍ୟ ଜେପି ନଡ୍ଡା ଏହି ନିଷ୍ପତ୍ତି ନେବେ। ସେମାନେ ବିଜୟନ୍ଦ୍ରଙ୍କୁ ପାର୍ଟିରେ କାମ କରିବାକୁ ଅନୁମତି ଦେଇଛନ୍ତି। ଆମର ଏକମାତ୍ର ଲକ୍ଷ୍ୟ ହେଉଛି କର୍ନାଟକରେ ଅତି କମରେ ୨୫ଟି ଲୋକସଭା ଆସନ ଜିତିବା। ଅମେକୁ ସମସ୍ତଙ୍କୁ ଏକାଠି କରିବାକୁ ପଡିବ। ଆମେ କଠିନ ପରିଶ୍ରମ କରିବୁ ।

ଭାଜପାର ନେତା ତଥା ଏହାର ସହଯୋଗୀ ଜନତା ଦଳ (ଧର୍ମନିରପେକ୍ଷ) ବିଜୟନ୍ଦ୍ରଙ୍କୁ ତାଙ୍କର ପଦୋନ୍ନତି ପାଇଁ ଅଭିନନ୍ଦନ ଜଣାଇଥିବାରୁ କଂଗ୍ରେସ ଏହାକୁ ବଂଶବାଦ ରାଜନୀତି କହି କଡ଼ା ସମାଲୋଚନା କରିଛି।

ତେବେ ବିଧାନସଭା ନିର୍ବାଚନରେ ବିଜୟନ୍ଦ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି।

 

Share