Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପୂର୍ବରୁ ସିଦ୍ଦାରାମାୟାଙ୍କୁ ଶୁଭେଚ୍ଛା ଜଣାଇଲେ ଶିବକୁମାର

ବେଙ୍ଗାଲୁରୁ,୧୫।୫: କର୍ନାଟକରେ ପରବର୍ତ୍ତୀ ସରକାର କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗିରହିଛି। ଗୋଟିଏ ପଟେ ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀଙ୍କ ଦୌଡରେ ରହିଥିବା ବେଳେ ଅନ୍ୟପଟେ କର୍ନାଟକ କଂଗ୍ରେସ ମୁଖିଆ ଡି.କେ ଶିବକୁମାର ରହିଛନ୍ତି। ଏହି ସମୟରେ ହାଇକମାଣ୍ଡଙ୍କୁ ଭେଟିବାକୁ ଆଜି ଦିଲ୍ଲୀ ଯାଇଛନ୍ତି ସିଦ୍ଦାରାମାୟା। ମୁଖ୍ୟମନ୍ତ୍ରୀ ସମ୍ପର୍କରେ ଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହୋଇଛି। କଂଗ୍ରେସ ହାଇକମାଣ୍ଡ ସୋମବାର ଉଭୟ ଦଳର ନେତା ଏବଂ ବିଧାୟକମାନଙ୍କୁ ଦିଲ୍ଲୀ ଡାକିଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ଡି.କେ ଶିବକୁମାର ଦିଲ୍ଲୀ ଗସ୍ତକୁ ବାତିଲ କରିଦେଇଥିଲେ। କଂଗ୍ରେସ ଦ୍ୱାରା ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇ ନଥିବା ବେଳେ ଶିବକୁମାର ସିଦ୍ଦାରାମାୟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଭଳି ପରିସ୍ଥିତିରେ ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ଡି.କେ ଶିବକୁମାର ଅସନ୍ତୁଷ୍ଟ ଥିବା ଅନୁମାନ କରାଯାଉଛି। ତେଣୁ ସେ ଦିଲ୍ଲୀ ଯାତ୍ରା ବାତିଲ କରିଥିବା କୁହାଯାଉଛି। ଶିବକୁମାର କହିଛନ୍ତି, ମୁଁ ପିଲା ନୁହେଁ। ମୋର ନିଜର ଚିନ୍ତାଧାରା ଅଛି। ମୋର ଦୃଷ୍ଟିଶକ୍ତି ଅଛି। ମୁଁ ବିଦ୍ରୋହ କରେ ନାହିଁ। ସିଦ୍ଦାରାମାୟାଙ୍କୁ ମୋର ଶୁଭେଚ୍ଛା। ତାଙ୍କ ପାଖରେ ବହୁମତ ରହିଛି।

Share