ମୋତେ ଫରକ ପଡ଼େନାହିଁ ଟ୍ରୋଲ୍‌: ମଲାଇକା

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଯିଏ ନିଜ ଷ୍ଟାଇଲ୍‌ରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ବଢ଼ାଇଥାନ୍ତି। ତାଙ୍କର ଏହି ଷ୍ଟାଇଲ୍‌ ପାଇଁ ସେ ଅଧକାଂଶ ସମୟ ଟ୍ରୋଲର ଶିକାର ବି ହୋଇଥାନ୍ତି। ନିକଟରେ ସେ ପ୍ରକାଶ କରିଛନ୍ତି, ସୋସିଆଲ ମିଡିଆରେ ତାଙ୍କ ବିଷୟରେ ମନ୍ତବ୍ୟ ପଢ଼ିବା ପରେ ତାଙ୍କ ମାତାପିତା କିପରି ବିରକ୍ତ ହୋଇଥିଲେ, କିନ୍ତୁ ପରେ ସେ ତାଙ୍କ ମାତାପିତାଙ୍କୁ ବୁଝାଇଥିଲେ ଏବଂ ଏହି ପରିସ୍ଥିତିକୁ ଦୂର କରିବାକୁ ହେବ ବୋଲି କହିଥିଲେ।

ମଲାଇକା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ନିଜର ଫଟୋ ଏବଂ ଭିଡିଓ ପ୍ରଶଂସକଙ୍କ ପାଇଁ ଶେୟାର କରିଥାନ୍ତି। କିଛି ୟୁଜର ତାଙ୍କୁ ଟ୍ରୋଲ କରୁଥିବାରୁ ସେ ତାଙ୍କୁ ମୁହଁତୋଡ ଜବାବ ବି ଦେଇଥାନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ଟ୍ରୋଲ ମେସେଜ ପଢ଼ି ତାଙ୍କ ମା-ବାପା ତାଙ୍କୁ କହିଥାନ୍ତି, ଝିଅ ତୋ’ ବିଷୟରେ ଇଏ ଏମିତି କହିଛି, ସେ ଏମିତି କହିଛି ଇତ୍ୟାଦି ଇତ୍ୟାଦି। କିନ୍ତୁ ମଲାଇକା ଏ କଥାକୁ ଆଦୌ ଗୁରୁତ୍ୱ ଦେଇ ନ ଥାନ୍ତି। ସେ ତାଙ୍କ ବାଟରେ ଚାଲିଥାନ୍ତି। ଏମିତିକି ଦିନେ ମା-ବାପାଙ୍କ ସହ ବସି ଏସବୁ ଅଳିଆ ପଢ଼ିବା ଆଗେ ବନ୍ଦ କର ବୋଲି କହିଥିଲେ। ମଲ୍ଲିକା ସେମାନଙ୍କୁ ବହୁତ ଭଲ ଭାବରେ ବୁଝାଇଥିଲେ ଆଉ ସେ ବୁଝି ଯାଇଥିଲେ। ସେ କହିଥିଲେ, ଲୋକେ କହିବେ କାହିଁକି ଏମିତି ପିନ୍ଧୁଛ, କାହିଁକି ଏମିତି କରୁଛ। ଏଠାରେ ଲୋକଙ୍କର ଦୁଇଟି ଚେହେରା। ତେଣୁ ଏହାକୁ ଶୁଣି କିଛି ଲାଭ ନାହିଁ। ତୁମେ ଅଯଥାରେ ସେସବୁ ପଢ଼ି ସମୟ ନଷ୍ଟ କରନାହିଁ।

Share