ନୂଆଦିଲ୍ଲୀ,୯।୧: ସଦ୍ୟ ସମାପ୍ତ ବର୍ଡର-ଗାଭାସ୍କର ସିରିଜର ପ୍ରଥମ ଟେଷ୍ଟରେ କୋହଲି ଶତକ ହାସଲ କରିଥିଲେ। ଏହା ପରେ କୋହଲି ବାକି ଚାରୋଟି ମ୍ୟାଚରେ ବିଫଳ ହୋଇଥିଲେ। ପ୍ରସିଦ୍ଧ ବଲିଉଡ ଅଭିନେତା ନାନା ପାଟେକର ଭାରତୀୟ ବ୍ୟାଟସମ୍ୟାନଙ୍କ ଉପରେ ଏକ ବୟାନ ଦେଇ କହିଥିଲେ, କୋହଲି ଶୀଘ୍ର ଆଉଟ ହୋଇଗଲେ, ତେବେ ତାଙ୍କୁ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ନାହିଁ।
ଏବେ ନାନା ପାଟେକରଙ୍କ ଏହି ବୟାନକୁ ନେଇ ପ୍ରଶଂସକମାନେ ସୋସିଆଲ ମିଡିଆରେ ମିମ୍ସ ତିଆରି କରୁଥିବାର ଦେଖାଯାଉଛି। ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୯ ଇନିଂସରେ କୋହଲି ମୋଟ ୧୯୦ ରନ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ସାମିଲ ଥିଲା। କୋହଲି ୯ ଇନିଂସରୁ ୮ ଇନିଂସରେ ଶୀଘ୍ର ଆଉଟ ହେବା ପରେ ପାଭିଲିୟନ ଫେରିଥିଲେ।
ଏବେ ପ୍ରଶଂସକମାନେ କୋହଲିଙ୍କ ଶୀଘ୍ର ଆଉଟ ହେବା ଘଟଣାକୁ ନାନା ପାଟେକରଙ୍କ ବୟାନ ସହିତ ଯୋଡୁଛନ୍ତି। ସୋସିଆଲ ମିଡିଆରେ ଫ୍ୟାନମାନେ ବିଭିନ୍ନ ପ୍ରକାରର ମିମ ଶେୟାର କରୁଥିବାର ଦେଖାଯାଉଛି। ଜଣେ ୟୁଜର୍ସ ଲେଖିଛନ୍ତି, ଯେତେବେଳେ ବିରାଟ କୋହଲି ଶୀଘ୍ର ଆଉଟ ହୁଅନ୍ତି, ନାନା ପାଟେକରଙ୍କ ପରିବାର ତାଙ୍କ ଖାଦ୍ୟ ଫେରାଇ ନିଅନ୍ତି। ଆଉ ଜଣେ ୟୁଜର୍ସ ଲେଖିଛନ୍ତି, କୋହଲି ସାହେବ ନାନା ପାଟେକରଙ୍କୁ ସମ୍ପୂର୍ଣ୍ଣ ନବରାତ୍ରି ଅନୁଭବ ଦେଇଥିଲେ।