ଭୁବନେଶ୍ୱର୧୬,ା୯(ବ୍ୟୁରୋ):ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏ ଭୁବନେଶ୍ୱରରେ ମେକ ଇନ ଓଡିଶା କନକ୍ଲେଭ-୨୦୨୨ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ବୁଧବାର ମୁମ୍ବାଇରେ ଦେଶର ବଡ ବଡ ଶିଳ୍ପପତିଙ୍କ ସହ ନବୀନ ଆଲୋଚନା କରି ସେମାନଙ୍କୁ କନକ୍ଲେଭକୁ ଆମନ୍ତ୍ରଣ କରିଛନ୍ତି। ଦିନ ସାରା ମୁଖ୍ୟମନ୍ତ୍ରୀ ୧୮ଟି ବୈଠକରେ ବିଭିନ୍ନ ପୁଞ୍ଜିପତିଙ୍କ ସହ ଆଲୋଚାନ କରିଛନ୍ତି। ଏହା ପରେ ସେ ସନ୍ଧ୍ୟାରେ ଅନୁଷ୍ଠିତ ଇନଭେଷ୍ଟର୍ସ ମିଟରେ ଉଦ୍ବୋଧନ ଦେଇଥିଲେ। ଦିନ ତମାମ ବିଭିନ୍ନ ଶିଳ୍ପପତିଙ୍କ ସହ ବୈଠକ ପରେ ଥକ୍କି ଯାଇଛନ୍ତି କି ବୋଲି ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ପାଇଁ କାମ କଲେ ଥକ୍କା ଲାଗେନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବାର୍ତ୍ତାଳାପର ଭିଡିଓକୁ ସଚିବ(୫୍-ଟି ) ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ବ୍ୟସ୍ତତା ଭିତରେ ମଧ୍ୟ ଜନସେବା ମାନସିକତା ତାଙ୍କୁ କ୍ଲାନ୍ତ କରିପାରି ନଥିଲା। ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।