Categories: ଜାତୀୟ

‘ବାବା କେଦାରନାଥଙ୍କ ଦର୍ଶନ ଅନୁଭୂତି ବର୍ଣ୍ଣନା ପାଇଁ ମୋ ପାଖରେ ଭାଷା ନାହିଁ’

ଡେରାଡୁନ,୫।୧୧: ଦେଶର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ କେଦାରନାଥଙ୍କୁ ଦର୍ଶନ କରିଛନ୍ତି ମୋଦି । ସେଠାରେ ୧୩୦ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ହୋଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

ଏହା ପରେ ମୋଦି ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧନ କରି କହିଛନ୍ତି ଯେ, ଆମର ଏହି ମହାନ ଦେଶର ପ୍ରାଚୀନ କାଳରୁ ଋଷି ପରମ୍ପରା ରହି ଆସିଛି। ଭାରତରେ କୋଣ ଅନୁକୋଣରୁ ଆଧ୍ୟାତ୍ମିକତା ବାର୍ତ୍ତା ପ୍ରଚାର କରୁଛନ୍ତି। ମହାନ ସନ୍ଥ ପରମ୍ପରା ସହ ଜଡିତ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛୁ । ବାବା କେଦାରନାଥଙ୍କ ଦର୍ଶନ ଅନୁଭୂତି ବର୍ଣ୍ଣନା ପାଇଁ ମୋ ପାଖରେ ଭାଷା ନାହିଁ ବୋଲି ସେ କହିଛନ୍ତି। ଆଗକୁ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ହେବ । ଏହାପୂର୍ବରୁ ମୋଦିଙ୍କ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ବେଶ୍‌ ଗୁରୁତ୍ୱ ବହନ କରୁଛି।

Share