Categories: ଖେଳ

ମୋତେ ଲାଗୁନାହିଁ କୌଣସି ଦଳ ଏମିତି କରିଥାନ୍ତା, ବାଂଲାଦେଶ ଉପରେ ବର୍ଷିଲେ ମାଥ୍ୟୁସ

ନୂଆଦିଲ୍ଲୀ,୭।୧୧: କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଟାଇମ ଆଉଟ୍‌ ହେବା ପରେ ଶ୍ରୀଲଙ୍କାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ସମଗ୍ର ବାଂଲାଦେଶ ଦଳ ଉପରେ ବର୍ଷିଛନ୍ତି। ବାଂଲାଦେଶ-ଶ୍ରୀଲଙ୍କା ବିଶ୍ୱକପ ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗରେ ଆଲୋଚନା ସେ କହିଛନ୍ତି, ପୂର୍ବରୁ ସେ ବାଂଲାଦେଶ ଏବଂ ଶାକିବଙ୍କୁ ବହୁତ ସମ୍ମାନ କରୁଥିଲେ କିନ୍ତୁ ବର୍ତ୍ତମାନ ସେ ତାହା କରିପାରିବେ ନାହିଁ। ଏହା ଅତ୍ୟନ୍ତ ଲଜ୍ଜାଜନକ କାର୍ଯ୍ୟ ଏବଂ ମୋତେ ଲାଗୁନାହିଁ କୌଣସି ଦଳ ଏମିତି କରିଥାନ୍ତା।
ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ବିଶ୍ୱକପ ମ୍ୟାଚରେ ଶାକିବ ଶ୍ରୀଲଙ୍କାର ଇନିଂସର ୨୫ତମ ଓଭରରେ ସାଦିରା ସମରୱିକ୍ରମଙ୍କୁ ଆଉଟ୍‌ କରିଥିଲେ, ସେତେବେଳେ ଆଞ୍ଜେଲୋ ମାଥ୍ୟୁସ ଷ୍ଟ୍ରାଇକ କରିବାକୁ ଦୁଇ ମିନିଟରୁ ଅଧିକ ସମୟ ନେଇଥିଲେ। ସେ ହେଲମେଟ ଅର୍ଡର କରିଥିଲେ। ଡ୍ରେସିଂ ରୁମରୁ ନୂଆ ହେଲମେଟ ପହଞ୍ଚିବା ପାଇଁ ଅଧିକ ସମୟ ଲାଗିଥିଲା, ତେଣୁ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ମାଥ୍ୟୁସଙ୍କୁ ଆଉଟ କରିବାକୁ ଅମ୍ପାୟାରଙ୍କୁ ଅପିଲ୍‌ କରିଥିଲେ। ଏଠାରେ ମାଥ୍ୟୁସ ଆଉଟ ଘୋଷିତ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ମ୍ୟାଚ ପରେ ଶାକିବଙ୍କ ଉପରେ ମାଥ୍ୟୁସ ବହୁତ ରାଗି ଯାଇଥିଲେ।

Share