କୁଲଦୀପଙ୍କୁ ପାଇ କେକେଆର୍‌କୁ ଏମିତି କହିଲେ ଦିଲ୍ଲୀ ଫ୍ରାଞ୍ଚାଇଜ ମାଲିକ

ନୂଆଦିଲ୍ଲୀ,୧୩।୨: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବଙ୍କୁ ଠିକ୍‌ ଭାବେ ସମ୍ଭାଳି ନ ଥିଲା। ଚାଇନାମ୍ୟାନ ସ୍ପିନରଙ୍କୁ କିଣିବା ପରେ ଏଭଳି କହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ମାଲିକ ପାର୍ଥ ଜିନ୍ଦଲ।

“ମୋ ମତରେ ଆଇପିଏଲ୍‌ର ଗତ କିଛି ସଂସ୍କରଣରେ ତାଙ୍କୁ ଉଚିତ ସୁଯୋଗ ଦିଆଯାଇନାହିଁ। ଯାହା ଫଳରେ ସେ ଆତ୍ମବିଶ୍ୱାସ ସହ ଖେଳିପାରି ନ ଥିଲେ। କିନ୍ତୁ ରିକି ପଣ୍ଟିଂ ଓ ରିଷଭ ପନ୍ତଙ୍କ ସହ ଆମେ ଦିଲ୍ଲୀ କ୍ୟାପିଟାଲ୍ସରେ ଯେଉଁଭଳି ପରିବେଶ ସୃଷ୍ଟି କରିଛୁ, ତାହା ଆମେ ତାଙ୍କୁ ଦେବାକୁ ଚାହୁଁଛୁ। ତାଙ୍କୁ ବହୁତ କିଛି ପ୍ରମାଣ କରିବାର ଅଛି। ଆଗାମୀ ଆଇପିଏଲ୍‌ରେ ସେ କେଉଁ ଭଳି ପ୍ରଦର୍ଶନ କରୁଛନ୍ତି, ତାହା ଦେଖିବା ପାଇଁ ଆମେ ବ୍ୟଗ୍ର” ବୋଲି ଜିନ୍ଦଲ ‘ଅକ୍‌ଶନ ଆଲର୍ଟ ଓ୍ବିଥ ବୋରିଆ’ କାର୍ଯ୍ୟକ୍ରମରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବାମହାତୀ ସ୍ପିନର ୨୦୧୪ରୁ କେକେଆର ପାଇଁ ଖେଳୁଥିଲେ। କିନ୍ତୁ ମେଗା ଅକଶନ ପୂର୍ବରୁ ତାଙ୍କୁ ଦଳ ରିଟେନ କରି ନ ଥିଲା। ସେ ଆହତ ସମସ୍ୟା କାରଣରୁ ଗତ ବର୍ଷ ଖେଳି ନ ଥିଲେ। ଅକଶନ ପାଇଁ ୧ କୋଟି ଟଙ୍କାର ବେସ୍‌ ପ୍ରାଇସ୍‌ ରଖିଥିଲେ। ତାଙ୍କୁ ୨ କୋଟି ଟଙ୍କା ଟଙ୍କାରେ ଦିଲ୍ଲୀ କିଣିଛି।

Share