Categories: ଜାତୀୟ

‘ମୁଁ ସିନ୍ଧେଙ୍କୁ ଶିବସୈନିକ ଭାବୁନାହିଁ’

ମୁମ୍ବାଇ,୧।୭: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି। ଏହାର ଗୋଟିଏ ଦିନ ପରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ସଞ୍ଜୟ ରାଉତ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ମୁଁ ସିନ୍ଧେଙ୍କୁ ଶିବସୈନିକ ବୋଲି ଭାବୁ ନାହିଁ ଏବଂ ଭାଜପା ଜଣେ ଶିବସୈନିକଙ୍କୁ ମୁଖ୍ୟମନ୍ତ୍ରୀ କରିନାହିଁ। ଏହା ସହିତ ଶିବସେନାକୁ ଭାଙ୍ଗିବା ପାଇଁ ଯୋଜନା ଅଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହାଦ୍ୱାରା ଶିବସେନା ସଂଗଠନ କଦାପି ଦୁର୍ବଳ ହେବ ନାହିଁ। ଏକନାଥ ଏବଂ ଭାଜପା ମଧ୍ୟରେ ଏକ ଚୁକ୍ତି ହୋଇସାରିଛି। ନୂତନ ସରକାର ଭଲ କାମ କରିବା ଉଚିତ୍‌।
ସୂଚନାଯୋଗ୍ୟ, ଗୁରୁବାର ଶିବସେନା ବିଦ୍ରୋହୀ ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ଦେବେନ୍ଦ୍ର ଫଡନବିସ୍‌ ଉପମୁଖ୍ୟମନ୍ତ୍ରୀ କରାଯାଇଛି।

Share