‘ମୁଁ ଅଭିନୟ କରିବାକୁ ଚାହୁଁନାହିଁ’

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଯିଏ ତାଙ୍କ ପରିବାରର ‘ବ୍ୟବସାୟିକ ଦିଗ’ ପ୍ରତି ଅଧିକ ଆଗ୍ରହୀ। ସେ କହିଛନ୍ତି, ତାଙ୍କ ପରିବାର ତାଙ୍କୁ ଝିଅ ଭାବରେ ସବୁବେଳେ ସାହାଯ୍ୟ କରିଆସିଛନ୍ତି।
ସେ କହିଛନ୍ତି, ମୁଁ ଭାଗ୍ୟବତୀ ଏମିତି ଏକ ପରିବାରରେ ବଢ଼ିଛି, ଯେଉଁଠାରେ ସମସ୍ତେ ଝିଅ-ପୁଅଙ୍କୁ ସମାନ ଭାବରେ ଦେଖିଥାନ୍ତି। ଏକ ସାକ୍ଷାତକାରରେ ନବ୍ୟାଙ୍କୁ ଯେତେବେଳେ ପଚରାଯାଇଥିଲା ଆପଣ ଅଭିନୟ କରିବାକୁ ଚାହାଁନ୍ତି କି? ଏହାର ଉତ୍ତରରେ ୨୫ ବର୍ଷୀୟା ନବ୍ୟା କହିଛନ୍ତି, ମୁଁ ବାରମ୍ବାର ସ୍ପଷ୍ଟ କରି ଆସିଛି ଯେ, ମୁଁ ଅଭିନୟ କରିବି ନାହିଁ।
ଶ୍ୱେତା ବଚ୍ଚନଙ୍କ ତଥା ବ୍ୟବସାୟୀ ସ୍ବାମୀ ନିଖିଲ ନନ୍ଦାଙ୍କ ଝିଅ ନବ୍ୟା ତାଙ୍କ ପ୍ରୋଜେକ୍ଟ ମାଧ୍ୟମରେ ମହିଳା ସଶକ୍ତିକରଣ, ଲିଙ୍ଗଗତ ସମାନତା ଏବଂ ସାମାଜିକ ନ୍ୟାୟ ଭଳି ବିଭିନ୍ନ ସାମାଜିକ କାରଣ ଦିଗରେ କାର୍ଯ୍ୟ କରିଆସୁଛନ୍ତି। ଯେହେତୁ ତାଙ୍କ ଭାଇ ଅଗସ୍ତ୍ୟ ନନ୍ଦା ତାଙ୍କର ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି।

Share