Categories: ଜାତୀୟ

ଭାରତୀୟ ମୁସଲମାନ ହୋଇଥିବାରୁ ମୁଁ ଗର୍ବିତ – ଆଜାଦ

ନୂଆଦିଲ୍ଲୀ, ୧୦ା୨- ଆସନ୍ତା ୧୫ ତାରିଖରେ ରାଜ୍ୟ ସଭାରୁ ବିଦାୟ ନେବାକୁ ଯାଉଛନ୍ତି କଂଗ୍ରେସ ନେତା ଗୁଲାମ ନବି ଆଜାଦ। ପାକିସ୍ତାନ ନ ଯାଇ ଭାରତରେ ରହିଥିବାରୁ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରେ। ଆଉ ଭାରତୀୟ ମୁସଲମାନ ହୋଇଥିବାରୁ ମୁଁ ଗର୍ବିତ ବୋଲି କଂଗ୍ରେସର ବରିଷ୍ଠ ନେତା ମଙ୍ଗଳବାର ନିଜ ବିଦାୟୀ ଭାଷଣରେ କହିଛନ୍ତି।

”ମୁଁ ସର୍ବଦା ଅନୁଭବ କରେ ଭାରତ ହିଁ ସ୍ବର୍ଗ। ସ୍ବାଧିନତା ପରେ ମୁଁ ଜନ୍ମ ହୋଇଥିଲି। ପାକିସ୍ତାନ ନ ଯାଇ ଭାରତରେ ରହିଥିବା ଭାଗ୍ୟବାନଙ୍କ ମଧ୍ୟରେ ମୁଁ ଜଣେ। ମୁଁ ପାକିସ୍ତାନର ପରିସ୍ଥିତି ସମ୍ପର୍କରେ ପଡ଼ିଲା ପରେ ଭାରତୀୟ ମୁସଲମାନ ହୋଇଥିବାରୁ ଗର୍ବ ଅନୁଭବ କଲି “ ବୋଲି ଭେଟେରାନ କଂଗ୍ରେସ ନେତା କହିଛନ୍ତି।

Share