Categories: ଜାତୀୟ

ମୋତେ ଲାଗିଲା ପାଦ ନିକଟରେ ବାଣ ଫୁଟିଲା, ବାବା ସିଦ୍ଦିକୀଙ୍କ ସହ ଗୁଳି ଲାଗିଥିବା ବ୍ୟକ୍ତି କହିଲେ ଘଟଣା ଦିନର କାହାଣୀ

ମୁମ୍ବାଇ,୧୫।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କ ହତ୍ୟା ସମୟରେ ଗୋଡରେ ଗୁଳି ବାଜିଥିବା ୨୨ ବର୍ଷୀୟ ଯୁବକ ରାଜ କାନୋଜିଆଙ୍କ ଅବସ୍ଥା ବିପଦମୁକ୍ତ ବୋଲି କୁହାଯାଉଛି। ଏହି ଘଟଣାରେ ସେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ ସେ ଦୁଃଖିତ। ଗୁଳି ବାଜିଥିବାରୁ ଆସନ୍ତା ଦୁଇ ମାସ ପାଇଁ ସେ କୌଣସି ପ୍ରକାର କାମ କରିପାରିବେ ନାହିଁ ବୋଲି କହିଛନ୍ତି। ଯେଉଁଥିପାଇଁ ଆସନ୍ତା ବର୍ଷ ଫେବୃଆରୀରେ ହେବାକୁ ଥିବା ଭଉଣୀଙ୍କ ବିବାହରେ ଯୋଗଦାନ କରିବା କଷ୍ଟକର ହେବ। କାନୋଜିଆ କହିଛନ୍ତି ଯେ ଯେତେବେଳେ ଗୁଳି ଫୁଟିଥିଲା ସେତେବେଳେ ସେ ଅନୁଭବ କରିଥିଲେ ଯେ ତାଙ୍କ ପାଦ ନିକଟରେ ଏକ ଫାୟାର କ୍ରାକର ଫାଟି ଯାଇଛି।

ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କୁ ବାନ୍ଦ୍ରାସ୍ଥିତ ଭାଭା ହସ୍ପିଟାଲରେ ଭର୍ତ୍ତି କରିଥିଲା, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି। ଡାକ୍ତରମାନେ ତାଙ୍କର ଅସ୍ତ୍ରୋପଚାର କରିଛନ୍ତି। ରାଜଙ୍କ ଅନୁଯାୟୀ, ଦଶହରା କାରଣରୁ ତାଙ୍କ ଛୁଟି ଅପରାହ୍ନ ୫ଟାରେ ଥିଲା। ସେ ଟେଲରିଂ କାମ କରନ୍ତି। ସେ ଦେବୀ ମା’ଙ୍କ ଦର୍ଶନ କରିବାକୁ ଏଠାକୁ ଆସିଥିଲେ ଏବଂ ଜୁସ୍‌ ଦୋକାନରେ ଠିଆ ହୋଇ ଜୁସ୍‌ ପିଉଥିଲେ। ତା’ପରେ ହଠାତ୍‌ ଲୋକମାନେ ଭୟରେ ଦୌଡିବାକୁ ଲାଗିଲେ। ଏହି ସମୟରେ ରାଜଙ୍କ ଗୋଡରେ କିଛି ଲାଗିଲା। ମୁଁ ଦେଖିଲି ଗୋଡ଼ରୁ ରକ୍ତ ବାହାରୁଛି। ପ୍ରଥମେ ରାଜ ଭାବିଥିଲେ ଯେ ବାଣ ଫୁଟାଯାଉଛି। ସେଠାରେ ଅନ୍ୟ କେତେକ ଲୋକ ମଧ୍ୟ ଉପସ୍ଥିତ ଥିଲେ। ଲୋଗିଥିବା ଦେଖିବାକୁ ମିଳିଥିଲା।

Share