Posted inଫୁରସତ

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ ହେଲି ବଡ଼। ଗାଁ ସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିବା ପରେ କନ୍ଦଖାଇ କଲେଜରେ ଯୁକ୍ତ ଦୁଇ ଓ ପରେ ଖଲ୍ଲିକୋଟ ଆର୍‌ସିଏମ୍‌ କଲେଜରେ ପଦାର୍ଥ ବିଜ୍ଞାନରେ ଯୁକ୍ତ ତିନି ପଢିଥିଲି। କିନ୍ତୁ ଘରର ଦୁର୍ବଳ ଆର୍ଥିକାବସ୍ଥା ପାଇଁ ବାଧ୍ୟ ହୋଇ ଅଧାରୁ ପାଠପଢା ଛାଡ଼ି ସିଟି ଟ୍ରେନିଂ ନେଲି। ତା’ପରେ କିଛିଦିନ ବେସରକାରୀ ଭାବେ ନିଜ ଗାଁ ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରିବା ସହ କୋଚିଂ ସେଣ୍ଟରରେ ମଧ୍ୟ ପିଲାଙ୍କୁ ପଢାଉଥିଲି; ଯେଉଁଥିରୁ ପ୍ରାୟ ୭୦୦ ଟଙ୍କା ମୋର ମାସକୁ ରୋଜଗାର ହୋଇଯାଉଥିଲା। ଘରର ବଡ଼ ପୁଅ ହିସାବରେ ଦୁଇ ଭାଇଙ୍କ କଥା ବୁଝିବା ଓ ଘରର ଦାୟିତ୍ୱ ନେବା ମୋର କର୍ତ୍ତବ୍ୟ ବୋଲି ବୋଉ ମୋତେ ସବୁବେଳେ ବୁଝାଉଥିଲା। ସେଥିପାଇଁ ପ୍ରତିମାସ ମୋର ଯାହା ରୋଜଗାର ହେଉଥିଲା ସେଥିରୁ ୮୦% ବୋଉକୁ ଦେଇ ବାକି ଟଙ୍କାକୁ ସଞ୍ଚୟ କରୁଥିଲି ଆଗକୁ ପୁଣିଥରେ ପଢା ଆରମ୍ଭ କରିବା ପାଇଁ। ଏମିତି କିଛିଦିନ ଚାଲିବା ପରେ ପୁଣିଥରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳରେ ଆଡମିଶନ୍‌ ନେଲି ଯୁକ୍ତ ତିନି ପଢିବା ପାଇଁ। ସୌଭାଗ୍ୟବଶତଃ ପଢା ସରିଲାବେଳକୁ ମୋତେ ସରକାରୀ ଚାକିରି ବି ମିଳିଗଲା। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ୍‌ ଅନ୍ତର୍ଗତ ଭୁତସରସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ ୨୦୧୧ରେ ନିଯୁକ୍ତି ପାଇଲି; ଯେଉଁଠାରେ ଏବେ ବି ମୁଁ କାର୍ଯ୍ୟରତ। ତେବେ ଚାକିରିର ପ୍ରଥମ ଦରମାରେ ଅଳେଶ୍ୱର ମନ୍ଦିରରେ ଅନ୍ନ ଭୋଗ କରି ଗାଁ ଲୋକଙ୍କୁ ଖାଇବାକୁ ଦେଇଥିଲି। ସମସ୍ତେ ଖୁବ୍‌ ଖୁସି ହୋଇଥିଲେ। ଏ ତ ଥିଲା ମୋ ବୃତ୍ତିଗତ କଥା। ଏହାବାଦ୍‌ ଜଣେ ସାହିତି୍ୟକ ହିସାବରେ ମୋର ଆଉ ଏକ ପରିଚୟ ମଧ୍ୟ ରହିଛି। ପ୍ରେମିକ କବି ପଦ୍ମଶ୍ରୀ ମାୟାଧର ମାନସିଂହଙ୍କ କବିତାକୁ ପଢିପଢି ସପ୍ତମ ଶ୍ରେଣୀରୁ କବିତା ଲେଖିବା ଆରମ୍ଭ କରିଥିଲି। କ୍ରମେ ଗପ, ଉପନ୍ୟାସ ଓ ନାଟକ ମଧ୍ୟ ଲେଖିଲି। ୟା’ ଭିତରେ ‘କଇଁ’, ‘ଅମୃତ ମୋହ’, ‘ରିହା’ ଶୀର୍ଷକ କବିତା ସଂକଳନ ‘ଅଳପ ଦିନର ସାଥି’, ‘ଶ୍ମଶାନ ସାଥି’, ‘ପାପୁଲିରେଖା’, ‘ଗୋହରି’ ଶୀର୍ଷକ ଗଳ୍ପ ସଂକଳନ ତଥା ‘ଆକାଶଗଙ୍ଗା’ ଶୀର୍ଷକ ଏକ ଉପନ୍ୟାସ ମୋର ପ୍ରକାଶ ପାଇସାରଛି। ତା’ସହିତ ‘ଏଇ ସହକାର’ ନାମକ ମୋର ନିଜର ଏକ ପତ୍ରିକା ମଧ୍ୟ ଅଛି; ଯାହା ବର୍ଷକୁ ୪ଥର ପ୍ରକାଶ ପାଉଛି। ସେହିପରି ‘ସ୍ମୃତି ଆଇନା’ ଓ ‘ସ୍ମୃତି ଅପାସୋରା’ ପ୍ରତିକାର ମୁଖ୍ୟ ସମ୍ପାଦକ ଏବଂ ‘ଜ୍ଞାନପ୍ରଭା’ ପତ୍ରିକାର ସହ ସମ୍ପାଦକ ଦାୟିତ୍ୱ ମଧ୍ୟ ମୁଁ ତୁଲାଉଅଛି। କେବଳ ସେତିକି ନୁହେଁ ଯୁବପିଢିଙ୍କୁ ସାହିତ୍ୟ ମନସ୍କ କରିବା ଓ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବାର ଲକ୍ଷ ନେଇ ଅଧୁନା ମାନସିଂହ ସାହିତ୍ୟ ସଂସଦର ସମ୍ପାଦକ ରୂପେ ପ୍ରତି ମାସରେ କବିତା ଆସର ମଧ୍ୟ ଆୟୋଜନ କରୁଛି। ଆଉ ମୋ ପାଇଁ ସବୁଠୁ ବଡ଼ ଖୁସିର କଥା ହେଉଛି, ସେ କବିତା ଆସର ଆୟୋଜନ ହେଉ କି ସାହିତ୍ୟ କାର୍ଯ୍ୟକ୍ରମ ସବୁଥିରେ ମୋ ପରିବାର ଲୋକେ, ଗୁରୁଶ୍ରେଷ୍ଠମାନେ ତଥା ଗାଁର ଓ ଅନୁଷ୍ଠାନର ପ୍ରତେକ ସଦସ୍ୟ ବିନା ଦ୍ବିଧାରେ ମୋତେ ସହଯୋଗ କରି ଆସୁଛନ୍ତି। ସେଥିପାଇଁ ମୁଁ ସମସ୍ତଙ୍କ ପାଖରେ କୃତଜ୍ଞ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri