Posted inଫୁରସତ

ପ୍ରଥମ ପାରିଶ୍ରମିକ ବୋଉକୁ ଦେଇଥିଲି

ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବାମନାଳ ଗାଁରେ ମୋ ଜନ୍ମ। ଯୁକ୍ତ ଦୁଇ ବିଜ୍ଞାନ ପରେ କେମିକାଲ ଇଂଜିନିୟରିଂରେ ଡିପ୍ଲୋମା ସାରି ପାୟୋନିୟର ଓ୍ବାଟର୍‌ ମିନେରାଲ କର୍ପୋରେଶନରେ କ୍ୱାଲିଟି କଣ୍ଟ୍ରୋଲ୍‌ ଇଂଜିନିୟର୍‌ ଭାବେ ପ୍ରଥମେ ନିଯୁକ୍ତି ପାଇଥିଲି। ପାଖାପାଖି ୨ ବର୍ଷ ମୁଁ ଏଠି ଟ୍ରେନିଂ ପିରିୟଡ୍‌ରେ ରହିଲି; ଯେଉଁଥିପାଇଁ ମୋତେ ଷ୍ଟାଇପେଣ୍ଡ ବି ମିଳୁଥିଲା। ପ୍ରଥମ ମାସ ଷ୍ଟାଇପେଣ୍ଡ ଟଙ୍କା ମୋ ବୋଉକୁ ନେଇ ଦେଇଥିଲି। ସେଥିରୁ କିଛି ଟଙ୍କା ଗାଁରେ ତିଆରି ହେଉଥିବା ମଙ୍ଗଳା ମନ୍ଦିରର ନିର୍ମାଣ କାର୍ଯ୍ୟରେ ଖର୍ଚ୍ଚ ହୋଇଥିଲା। ଆଉ କିଛି ଟଙ୍କା ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ଲାଗିଥିଲା। କିଛିଦିନ ପରେ ସେ ଚାକିରି ଛାଡ଼ି ରିଜିଓନାଲ ରିସର୍ଚ୍ଚ ଲାବ୍ରୋଟୋରୀ (ବର୍ତ୍ତମାନ ଆଇଏମ୍‌ଏମ୍‌ଟି)ରେ ଆସି ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଭାବେ ଯୋଗ ଦେଲି। ଏଠାରେ ପାଖାପାଖି ୮ବର୍ଷ କାମ କଲି। ଆଉ ତା’ରି ଭିତରୁ ସମୟ ବାହାର କରି ଡିଷ୍ଟାନ୍ସରେ କେମିକାଲ୍‌ ଇଂଜିନିୟରିଂରେ ବି-ଟେକ୍‌ ସାରିଦେଲି। ତା’ପରେ ମୁଁ କୌଶଲ୍ୟା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ରେ ଏକଜିକ୍ୟୁଟିଭ୍‌ ଡାଇରେକ୍ଟର ଭାବେ ୨ ବର୍ଷ କାମ କରି ମଞ୍ଚେଶ୍ୱରସ୍ଥିତ ସିପେଟ୍‌ରେ ହାଇଡ୍ରୋଲିକ୍ସ ଆଣ୍ଡ ନ୍ୟୁମେଟିକ୍ସ ଡିପାର୍ଟମେଣ୍ଟର ଇନ୍‌ଚାର୍ଜ ଭାବେ ଯୋଗ ଦେଇଥିଲି। ଆଉ ଏହି ସମୟରେ ହିଁ ଏମ୍‌.ଏସ୍‌ସି (ଆଇ.ଟି) କରିବାର ସୁଯୋଗ ପାଇଥିଲି। ସିପେଟ୍‌ରେ ୩ ବର୍ଷ କାମ କରିବା ପରେ ବୋଉର ମୃତ୍ୟୁ ହୋଇଯିବାରୁ ନନା(ବାପା)ଙ୍କର ଦେଖାଚାହାଁ କରିବାକୁ ବାଧ୍ୟ ହୋଇ ମୋତେ ଗାଁକୁ ଫେରିବାକୁ ପଡିଲା। ରୋଜଗାର ପାଇଁ ଗାଁ ପାଖରେ ଥିବା ସ୍ବାଧୀନ ରେସିଡେନ୍ସିଆଲ୍‌ କଲେଜରେ କ୍ରମେ ଆଡ୍‌ମିନିଷ୍ଟ୍ରେଟର୍‌ ତଥା ବିଜ୍ଞାନ ଅଧ୍ୟାପକ ଭାବେ କାମ କରିବାକୁ ଲାଗିଲି। ୩ ବର୍ଷ ପରେ ପୁଣି ଭୁବନେଶ୍ୱର ଫେରିଲି ଆଉ କୌସ୍ତୁଭ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସର ପ୍ରିନ୍ସିପାଲ୍‌ କମ୍‌ ଡିନ୍‌ ଦାୟିତ୍ୱରେ ରହି ଶେଷରେ ୨୦୨୧ ଅକ୍ଟୋବରରେ ସେ ଚାକିରି ଛାଡିଲି। କିନ୍ତୁ ତା’ପୂର୍ବରୁ ୨୦୧୯ରେ ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ’ ଉପରେ ପିଏଚ୍‌.ଡି କରିବାକୁ ମୁଁ ରେଜିଷ୍ଟ୍ରେଶନ୍‌ କରିଦେଇଥିଲି। ଆଉ ୨୦୨୨ରେ ମୋତେ ଡକ୍ଟରେଟ୍‌ ଡିଗ୍ରୀ ମିଳିଗଲା। ଏବେ ପୋଷ୍ଟ ଡକ୍ଟରାଲ୍‌ କରିବା ସହିତ ମୁଁ ଏବଂ ମୋର ଦୁଇଜଣ ସାଙ୍ଗ ମିଶି ବିଏସ୍‌ଏମ୍‌ଟି ନାମରେ ଏକ ନୂଆ ଆଇ.ଟି କମ୍ପାନୀ ଖୋଲିଛୁ। ଏ ତ ଗଲା ମୋର ପେଶାଗତ କଥା। କିନ୍ତୁ ନିଶା ମୋର ଗୀତ ବୋଲିବା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେବା। ଷଷ୍ଠ ଶ୍ରେଣୀରେ ଆକାଶବାଣୀର ଶିଶୁ ସଂସାର କାର୍ଯ୍ୟକ୍ରମରେ ଗୀତ ବୋଲିବାର ସୁଯୋଗ ମିଳିଥିଲା; ଯାହାକି ମୋତେ ପ୍ରେରଣା ଦେଇଥିଲା ଏହି ଲାଇନ୍‌ରେ ଆଗେଇବାକୁ। ଡିପ୍ଲୋମା ପଢିବା ସମୟରେ ଥରେ ମୁଁ ଗୋଟେ ପ୍ରୋଗ୍ରାମରେ ଗୀତ ଗାଉଥିଲି, ଯେଉଁଠିକି ସଙ୍ଗୀତଜ୍ଞ ହରେକୃଷ୍ଣ ନାୟକ ଅତିଥି ହୋଇ ଆସିଥିଲେ। ମୋ କଣ୍ଠ ତାଙ୍କୁ ଭଲ ଲାଗିବାରୁ ସେ ମୋତେ ଜେଇ କ୍ୟାସେଟ୍‌ କମ୍ପାନୀର ମାଲିକଙ୍କ ସହ ପରିଚୟ କରାଇ ଦେଇଥିଲେ। ଯଦ୍ଦ୍ବାରା ମୋତେ ‘ଭକ୍ତି ଉପାସନା’ କ୍ୟାସେଟ୍‌ ପାଇଁ ନେତ ଉଡେ ଫରଫର କାଳିଆରେ… ଗୀତ ଗାଇବାର ସୁଯୋଗ ମିଳିଲା। ତା’ପରଠୁ ମୁଁ ଆଉ ପଛକୁ ଫେରି ଚାହିଁନି। ଜେଇ ପରେ ଟି-ସିରିଜ୍‌, ସନ୍‌ ମ୍ୟୁଜିକ୍‌ କ୍ୟାସେଟ୍‌ ପାଇଁ ବି ଗୀତ ବୋଲିଲି। ସନ୍‌ ମ୍ୟୁଜିକ୍‌ର ମାଲିକ ତଥା ଅଭିନେତା ଶ୍ରୀକାନ୍ତ ଗୌତମ ହିଁ ମୋ ଭିତରେ ସଙ୍ଗୀତ ନିର୍ଦ୍ଦେଶନା ହେବାର କଳା ଅଛି ବୋଲି ମୋତେ ପ୍ରଥମେ ଚିହ୍ନାଇ ଦେଇଥିଲେ। ତାଙ୍କରି ପ୍ରେରଣାରେ କ୍ରମେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କଲି। ‘ମା’, ‘ମହାଶିବରାତ୍ରୀ’, ‘ଖଣ୍ଡୁଆପାଟ’ ପରି ପ୍ରାୟ ୨୫ଟି ଭଜନ କ୍ୟାସେଟ୍‌ ତଥା ‘ସୂର୍ଯ୍ୟମୁଖୀ’, ‘ଗରମାଗରମ ଚୁମା’, ‘ଚାନ୍ଦର ଚାନ୍ଦିନୀ’ ପରି ଏକାଧିକ ଆଧୁନିକ କ୍ୟାସେଟ୍‌ ପାଇଁ ମୁଁ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛି। ଏବେ ବି ଗୀତ ବୋଲିବା ଓ ସଙ୍ଗୀତ ନିର୍ଦ୍ଦେଶନା ଦେବା କାର୍ଯ୍ୟ ଜାରି ରହିଛି। ଓଏନ୍‌ଏସ୍‌ ଏଣ୍ଟରଟେନ୍‌ମେଣ୍ଟ ଏବଂ ଓଏନ୍‌ଏସ୍‌ ଇଭେଣ୍ଟ୍‌ସ ପୁରୀ ନାମରେ ମୋର ନିଜସ୍ବ ଦୁଇଟି ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବି ରହିଛି; ଯେଉଁଥିରେ ମୁଁ ବୋଲିଥିବା ତଥା ନିର୍ଦ୍ଦେଶନା ଦେଇଥିବା ଅନେକ ଗୀତକୁ ଦର୍ଶକ ଦେଖି ଖୁବ୍‌ ପ୍ରଶଂସା କରୁଛନ୍ତି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

ବଜ୍ରପାତକୁ ରୋକେ ତାଳଗଛ

ବଜ୍ରପାତକୁ ରୋକେ ତାଳଗଛ । କିନ୍ତୁ ତାଳଗଛର ସଂଖ୍ୟା କମି କମି ଚାଲିଛି; ଯାହା ଚିନ୍ତା ବଢାଇଛି ପରିବେଶ ପ୍ରେମୀଙ୍କର । ଯେଉଁଥିପାଇଁ ନିଜସ୍ବ ପ୍ରୟାସରେ...

କ୍ୟାନ୍‌ସର ପୀଡ଼ିତଙ୍କୁ ଲୋଡ଼ା ସକାରାତ୍ମକ ସହଯୋଗ

ଆଜି ସାରା ବିଶ୍ୱରେ ରୋଜ ଡେ’ ପାଳନ କରାଯାଉଛି। କ୍ୟାନସରରେ ପୀଡିତ ଲୋକଙ୍କ ଜୀବନରେ ସୁଖ ଆଣିବା ଏବଂ ଜୀବନର ମହତ୍ତ୍ୱ ବୁଝାଇବା ପାଇଁ ପ୍ରତିବର୍ଷ...

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri