ପ୍ରଥମ ଦରମା ମାଆଙ୍କୁ ଦେଇଥିଲି

ଇଞ୍ଜିନିୟରିଂ ପଢ଼ା ସରିବା ପରେ ଚାକିରି ପାଇଁ ମତେ ଷ୍ଟ୍ରଗଲ୍‌ କରିବାକୁ ପଡ଼ି ନ ଥିଲା। ମୁଁ ମୋ ଘରେ ବିଭିନ୍ନ ପ୍ରକାରର ଫୁଲଗଛ ଓ ରଙ୍ଗିନ ଗ୍ରାଫ୍ଟିଙ୍ଗ୍‌ କାକ୍‌ଟସ୍‌ ସଂଗ୍ରହ କରି ରଖିଥିଲି; ଯିଏ ବି ଦେଖୁଥିଲେ ପ୍ରଶଂସା ନ କରି ରହିପାରୁ ନ ଥିଲେ। ମୋର ଜଣେ ବନ୍ଧୁ ଦାର୍ଜିଲିଂ ନିକଟସ୍ଥ କାଲିଂପୋଙ୍ଗରେ ରହୁଥିଲେ। ମୋ ଆଗ୍ରହ ଓ ସଉକ ଦେଖି ସେ ମତେ ବିଭିନ୍ନ ପ୍ରକାରର କଲର୍‌ କାକ୍‌ଟସ୍‌ ଯୋଗେଇ ଦେଇଥିଲେ। ଗୋଟେ ସମୟରେ ୧୦୦ରୁ ଅଧିକ କଲର୍‌ ଗ୍ରାଫ୍ଟିଙ୍ଗ୍‌ କାକ୍‌ଟସ୍‌ ମୋ ପାଖରେ ଥିଲା। ମୋ ସାଙ୍ଗର ମାମୁ ଦିନେ ଆମ ଘରକୁ ଆସିଥିଲେ ଆଉ ମୋର ଏହିସବୁ କଲେକ୍ସନ ଦେଖି ଖୁସିରେ ଆତ୍ମହରା ହୋଇପଡ଼ିଲେ। ସେ ମତେ କହିଲେ, ‘ଆସନ୍ତାକାଲି ରାଉରକେଲା କ୍ଲବରେ ଫୁଲ ଓ ଫୁଲଗଛର ଏକ ପ୍ରଦର୍ଶନୀ ହେବାର ଅଛି, ତୁମେ ଭାଗ ନିଅ ବହୁତ ପ୍ରଶଂସା ସାଉଁଟିବ।’ ତାଙ୍କ ସହାୟତାରେ ମୁଁ ସେହି ପ୍ରଦର୍ଶନୀରେ ଭାଗନେଲି। ପ୍ରଥମ ଉଦ୍‌ଘାଟନୀ ସନ୍ଧ୍ୟାର କାର୍ଯ୍ୟକ୍ରମରେ ଅନେକ ସିନିୟର୍‌ ଏକ୍‌ଜିକ୍ୟୁଟିଭ୍‌ ସବୁ ଆସିଥିଲେ। ପ୍ରାୟ ୨୫ଟି ଷ୍ଟଲ ଲାଗିଥିଲା କିନ୍ତୁ ମୋ ଷ୍ଟଲରେ ପ୍ରଚୁର ଭିଡ଼ ହୋଇଥିଲା। ସେହି ଭିଡ ଭିତରୁ କୋଟ୍‌ ଟାଇ ପିନ୍ଧିଥିବା ଜଣେ ଭଦ୍ରଲୋକ ମତେ କହିଲେ, ‘ସବୁ କାକ୍‌ଟସ୍‌ ମତେ ଦେଇଦିଅ, ଆଉ କେତେ ଟଙ୍କା ନେବ କୁହ।’ ମୁଁ କିନ୍ତୁ ମନା କରି କହିଲି, ‘ସାର୍‌ ମୋର ହବି ଆଉ ସଉକକୁ ମୁଁ ବିକି ପାରିବି ନାହିଁ।’ ସେ ମୋ ସ୍ପଷ୍ଟ ଉତ୍ତରରେ ବହୁତ ଖୁସି ହେଲେ ଆଉ ମୋ ସହ କଥା ହୋଇ ଜାଣିବାକୁ ପାଇଲେ ଯେ, ମୁଁ ଜଣେ ମେକାନିକାଲ ଇଂଜିନିୟରିଂ ଛାତ୍ର ବୋଲି। ବହୁତ ଖୁସି ହେଲେ ଓ ମତେ କିଛି ସାଧାରଣ ପ୍ରଶ୍ନ ଏବଂ ଟେକ୍ନିକାଲ ପ୍ରଶ୍ନ ପଚାରିଥିଲେ। ତା’ପରେ ତାଙ୍କ ଭିଜିଟିଂ କାର୍ଡଟିକୁ ମତେ ବଢ଼ାଇ ଦେଇ କାଲି ସକାଳେ ହୋଟେଲରେ ତାଙ୍କୁ ଦେଖାକରିବାକୁ କହି ସେଠାରୁ ଚାଲିଗଲେ। ମୁଁ ସେହି ଭିଜିଡିଂ କାର୍ଡରୁ ଜାଣିପାରିଲି ଯେ, ସେ ଜଣେ ବହୁତ ବଡ଼ ଘରୋଇ କମ୍ପାନୀର ଚେୟାରମ୍ୟାନ, ଭିଲାଇରେ ରୁହନ୍ତି। ତା’ପରଦିନ ସକାଳେ ଫଟୋ ଓ ମୋର ସବୁ ସାର୍ଟିଫିକେଟ ନେଇ ତାଙ୍କ ପାଖରେ ପହଞ୍ଚତ୍ଲି। ସେ ତାଙ୍କ ମ୍ୟାନେଜରଙ୍କୁ ଡାକି ମୋ ସହ ପରିଚୟ କରାଇଦେଲେ ଓ କହିଲେ ଆସନ୍ତାକାଲି ଜଏନ୍‌ କରିବା ପାଇଁ। ମୁଁ ବିଶ୍ବାସ କରିପାରୁ ନ ଥିଲି। ଖୁସିରେ ଆତ୍ମହରା ହୋଇ ଘରର ସମସ୍ତଙ୍କୁ ଏବଂ ମୋ ସାଙ୍ଗମାନଙ୍କୁ ଚାକିରି ହୋଇଯିବା କଥା ଜଣାଇଲି। ମାଆ କହିଲେ, କାଲି ଶନିବାର ଅଛି ତେଣୁ ସାର୍‌ଙ୍କୁ ଅନୁରୋଧ କର ସୋମବାର ଦିନ ଜଏନ୍‌ କରିବା ପାଇଁ। ମୁଁ ସଙ୍ଗେସଙ୍ଗେ ହୋଟେଲକୁ ଯାଇ ସାର୍‌ଙ୍କୁ ଦେଖାକରି ଅନୁରୋଧ କଲି ସୋମବାର ଦିନ ଜଏନ୍‌ କରିବା ପାଇଁ। ସେ ରାଜି ହୋଇଗଲେ। ମ୍ୟାନେଜର ଆପଏଣ୍ଟମେଣ୍ଟ ଚିଠି ସଙ୍ଗେସଙ୍ଗେ ମତେ ଦେଲେ ଆଉ ମୁଁ ରାଉରକେଲା ଇସ୍ପାତ କାରଖାନାର ବ୍ଲାଷ୍ଟ୍‌ ଫର୍ନେଶ ମର୍ଡନାଇଜେଶନ୍‌ ସାଇଟ୍‌ରେ ଇଂଜିନିୟର ଭାବରେ ଜଏନ୍‌ କଲି। ଦେଖୁଦେଖୁ ଗୋଟେ ମାସ କଟିଗଲା ଆଉ ଜୀବନର ପ୍ରଥମ ବେତନ ୨୨୦୦ ଟଙ୍କା ଗୋଟିଏ ଲଫାପାରେ ମତେ ଦିଆଗଲା। ଜୀବନର ପ୍ରଥମ ଚାକିରିର ପ୍ରଥମ ବେତନ ପାଇ ମୁଁ ଖୁସିରେ ଆତ୍ମହରା ହୋଇ ଉଠିଥିଲି।
ସନ୍ଧ୍ୟାରେ ଗୋଟେ ପ୍ୟାକେଟ୍‌ ମିଠା ଓ ଦରମା ଟଙ୍କା ନେଇ ମାଆଙ୍କ ହାତରେ ଦେଲି। ଦେଖୁଥିଲି ଖୁସିର ଦୁଇଟୋପା ଲୁହ ମାଆଙ୍କ ଆଖିରୁ ଗଡି ଯାଇଥିଲା। ସେଥିରୁ କିଛି ଟଙ୍କା ମତେ ଦେଇ କହିଲେ, ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପାଖରେ ଭୋଗ ଅର୍ପଣ କରିବା ପାଇଁ। ଆଜି ମୁଁ ଏକ ଅନ୍ତଃରାଷ୍ଟ୍ରୀୟ କମ୍ପାନୀରେ ଚାକିରି କରି ମାସକୁ ଲକ୍ଷାଧିକ ଟଙ୍କା ବେତନ ପାଉଛି; ହେଲେ ସେଦିନର ସେହି ୨୨୦୦ ଟଙ୍କା ମତେ ଯେଉଁ ଖୁସି ଦେଇଥିଲା ଆଉ ତାକୁ ମା’ଙ୍କୁ ଦେଲାପରେ ଯେଉଁ ଆତ୍ମସନ୍ତୋଷ ମିଳିଥିଲା ସେକଥାକୁ ମୁଁ ଆଜିଯାଏ ଝୁରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri