Posted inଫୁରସତ

ଦରମା ଟଙ୍କା ମା’ବାପାଙ୍କୁ ଦେଇଥିଲି

କୋରାପୁଟରେ ଜନ୍ମ ହୋଇଥିଲେ ହେଁ ଶିକ୍ଷାଦିକ୍ଷା ମୋର ସବୁ ଭୁବନେଶ୍ୱରରେ ହୋଇଥିଲା। ୟୁନିଟ୍‌-୧ ବାଳକ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌, ବିଜେବି କଲେଜରୁ ଆଇ.ଏସ୍‌ସି., ବି.ଏସ୍‌ସି. ସରିବା ପରେ ଉତ୍କଳ ୟୁନିର୍ଭସିଟିରୁ ଜୁଲୋଜି (ଡେଭଲପ୍‌ମେଣ୍ଟାଲ୍‌ ବାୟୋଲୋଜି)ରେ ଏମ୍‌.ଏସ୍‌ସି ପାସ୍‌ କରିଥିଲି। ତା’ପରେ ଡିପାର୍ଟମେଣ୍ଟ ଅଫ୍‌ ଆଟୋମିକ୍‌ ଏନର୍ଜିର ଫେଲୋସିପ୍‌ ପାଇ ପିଏଚ୍‌.ଡି ପାଇଁ ଗବେଷଣା ଆରମ୍ଭ କଲି। ମୋର ପିଏଚ୍‌.ଡିର ବିଷୟ ଥିଲା ‘ମଲିକୁଲାର୍‌ ଏଜିଙ୍ଗ୍‌’। ଅର୍ଥାତ୍‌ ବୟସ ଯେଉଁ ବଢ଼େ ତା’ର ମଲିକୁଲାର୍‌ ବାୟୋଲୋଜି ଉପରେ ମୁଁ ଗବେଷଣା କରୁଥିଲି। ଏହି ସମୟରେ ମାସକୁ ୧୮୦୦ ଟଙ୍କା ଲେଖାଏଁ ସ୍କଲାରଶିପ୍‌ ମିଳିଲା। ତା’ପରେ ଆଉ ବାପାଙ୍କଠାରୁ ପଇସା ଆଣିଲି ନାହିଁ। ନିଜ ଖର୍ଚ୍ଚ ନିଜେ ତୁଲାଇଲି। ପିଏଚ୍‌.ଡିର ପ୍ରଥମ ବର୍ଷରେ ହିଁ ମୋତେ ପ୍ରେଷ୍ଟିଜିୟସ୍‌ ‘ତିଲକ୍‌ ଆଓ୍ବାର୍ଡ’ ମିଳିଯାଇଥିଲା; ଯାହା ମୋ ପାଇଁ ଥିଲା ଖୁବ୍‌ ଗର୍ବର କଥା। ପିଏଚ୍‌.ଡି ପରେ ସଙ୍ଗେସଙ୍ଗେ ମୋତେ ରିଜିଓନାଲ୍‌ କଲେଜ ଅଫ୍‌ ଏଜୁକେଶନରେ ଆଡହକ୍‌ ଲେକ୍‌ଚର୍‌ ଭାବେ ଚାକିରି ମିଳିଗଲା। ପ୍ରଥମ ଦରମା ନେଇ ମା’ବାପାଙ୍କ ହାତରେ ଦେଲି। ସେମାନେ ଖୁସି ହେଲେ କିନ୍ତୁ ଟଙ୍କା ରଖିବାକୁ ଚାହିଁଲେନି। ବାଧ୍ୟ କରିବାରୁ ମାତ୍ର ହଜାରେ ଟଙ୍କା ରଖି ବାକିତକ ମୋତେ ଫେରାଇଦେଲେ। ପ୍ରାୟ ସାଢେ ଚାରି ବର୍ଷ ଏଠି ଅଧ୍ୟାପନା କରିବା ପରେ ଦିଲ୍ଲୀସ୍ଥିତ ନାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇମିନୋଲୋଜିରେ ରିସର୍ଚ୍ଚ ଆସୋସିଏଟ୍‌ ଭାବେ ଜଏନ୍‌ କରିଥିଲି। ବର୍ଷେ ଭିତରେ ମୋତେ ଆମେରିକାସ୍ଥିତ ଏମ୍‌ଡି ଆଣ୍ଡରସନ୍‌ କ୍ୟାନସର୍‌ ସେଣ୍ଟର ତରଫରୁ ପୋଷ୍ଟ ଡକ୍ଟରାଲ୍‌ ଫେଲୋଶିପ୍‌ ମିଳିଲା। ତେଣୁ ଦିଲ୍ଲୀ ଚାକିରି ଛାଡ଼ି ଆମେରିକା ଗଲି। ସେଠାରେ ମୋତେ ସ୍ତନ କର୍କଟ ରୋଗ ଉପରେ କାମ କରିବାର ସୁଯୋଗ ମିଳିଲା। ମୋର ଗବେଷଣାତ୍ମକ ବିଷୟକୁ ନେଇ କ୍ରମେ ଅନେକ ଆର୍ଟିକିଲ୍‌ ଲେଖିଲି; ଯାହାକି ଜାତୀୟ, ଅନ୍ତର୍ଜାତୀୟ ସ୍ତରର ଜର୍ନାଲ୍‌ରେ ପ୍ରକାଶିତ ହେଲା। ଏଥିସହିତ ଅନ୍ତର୍ଜାତୀୟ ସ୍ତରର ସେମିନାର୍‌ରେ ଶ୍ରେଷ୍ଠ ପ୍ରଦର୍ଶନୀ ପାଇଁ ମୋତେ ପ୍ରେଷ୍ଟିଜିୟସ୍‌ ‘ଆମଜେନ୍‌ ଆଓ୍ବାର୍ଡ’ ବି ମିଳିଲା। ଚାକିରିକୁ ନେଇ ସେଠାରେ ବହୁତ ଖୁସି ଥିଲି। ହେଲେ ବାପାଙ୍କର ହଠାତ୍‌ ଦେହ ଖରାପ ହେବାର ଖବର ଶୁଣି ଆମେରିକା ଛାଡ଼ି ଭୁବନେଶ୍ୱର ଚାଲିଆସିଲି। ଆଉ ଏଠି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ରେ ରିଡର ଭାବେ କାମ କଲି। ଅବଶ୍ୟ ମଝିରେ କିଛିଦିନ ପାଇଁ ଆମେରିକା ଯାଇ ଏମ୍‌ଡି ଆଣ୍ଡରସନ୍‌ କ୍ୟାନସର୍‌ ସେଣ୍ଟରର୍‌ ଡିପାର୍ଟମେଣ୍ଟ ଅଫ୍‌ ନ୍ୟୁରୋସର୍ଜରୀରେ ଫାକଲ୍ଟି ଭାବେ କାମ କରିଥିଲି। କିନ୍ତୁ ଏବେ ମୁଁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ରେ ସିନିୟର୍‌ ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟରତ। ତା’ସହିତ ପୃଥିବୀର ବହୁତ ବଡ଼ ବଡ଼ ଜର୍ନାଲ୍‌ର ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଉଅଛି। ସବୁଠୁ ବଡ଼ କଥା ହେଉଛି ମୋର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆମ ଟିମ୍‌ ସ୍ତନ କର୍କଟର ଚିକିତ୍ସା ପାଇଁ ଏକ ଡ୍ରଗ୍ସ ବାହାର କରିଛୁ; ଯାହାକୁ ମଣିଷ ଉପରେ ପରୀକ୍ଷା କରିବା ପାଇଁ ଭାରତ ସରକାରଙ୍କ ତରଫରୁ ଅନୁମତି ସହିତ ଆର୍ଥିକ ଅନୁଦାନ ବି ମିଳିସାରିଛି; ଯାହା ଆମ ଟିମ୍‌ ପାଇଁ ଏକ ବଡ଼ ସଫଳତା। ଆମେ ଏବେ ସେହି ଗବେଷଣାରେ ଲାଗିଛୁ। ଜୀବନରେ ତ ଅନେକ ସଫଳତା ମିଳିଛି, ଭଗବାନଙ୍କ ଆଶୀର୍ବାଦରୁ ଯଦି ଏହି ଗବେଷଣାରେ ବି ସଫଳତା ମିଳିଯାଏ, ତା’ହେଲେ ଶ୍ରମ ସାର୍ଥକ ହେଲା ବୋଲି ଜାଣିବି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri