Categories: ଜାତୀୟ

ନିମନ୍ତ୍ରଣ ପାଇଲି, ଆସିବାକୁ ନିଷ୍ପତ୍ତି ନେଲି

ନୂଆଦିଲ୍ଲୀ,୩୦ା୬: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏହି ଅବସରରେ ସେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରିଛନ୍ତି। ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ସେଣ୍ଟର ଏବଂ ‘ଫ୍ୟାକଲ୍ଟି ଅଫ ଟେକ୍ନୋଲୋଜି’ ବିଲ୍ଡିଂ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକାଡେମିକ୍‌ ବ୍ଲକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମୋଦିଙ୍କ ଅଭିଭାଷଣ ପୂର୍ବରୁ ଛାତ୍ରୀଛାତ୍ର ମୋଦି-ମୋଦି, ବନ୍ଦେ ମାତରମ, ଭାରତ ମାତା କି ଜୟଙ୍କ ସ୍ଲୋଗାନ ଦେଇଥିଲେ।

ଭାଷଣ ଆରମ୍ଭ କରିବା ମାତ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୁଁ ଖୁସି ଯେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ପାଳନ କରିବାକୁ ଏହି ଉତ୍ସବରେ ଉପସ୍ଥିତ ଅଛି। ନିମନ୍ତ୍ରଣ ପାଇବା ମାତ୍ରେ ମୁଁ ସ୍ଥିର କରିଥିଲି ଯେ, ମୋତେ ଏଠାକୁ ଆସିବାକୁ ପଡ଼ିବ। ଡିୟୁ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ ବରଂ ଏକ ଆନ୍ଦୋଳନ। ସେ କହିଛନ୍ତି, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରତ୍ୟେକ ଆନ୍ଦୋଳନକୁ ବଞ୍ଚାଇଛି।

Share