Categories: ଫୁରସତ

ହାଡ଼, କଙ୍କାଳ, ଖପୁରି ମଝିଲେ ହେଲା ବାହାଘର

ପ୍ୟାରିସ୍‌: ଲୋକେ ତାଙ୍କ ବିବାହକୁ ସ୍ମରଣୀୟ କରିବାକୁ ଅନେକ ଯୋଜନା କରିଥାନ୍ତି। ଆଗରୁ ଘରେ, ମନ୍ଦିରରେ ବିବାହ କରୁଥିବାବେଳେ ଏବେ ସେମାନେ କିଛି ନୂଆ ସ୍ଥାନକୁ ବାଛୁଛନ୍ତି। ମୁଖ୍ୟତଃ ଲୋକେ ପବିତ୍ର ସ୍ଥାନରେ ବିବାହ କରିଥାନ୍ତି। ହେଲେ ନିକଟରେ ଆମେରିକାର ଏକ ଯୋଡ଼ି ଏପରି ଏକ ସ୍ଥାନରେ ବିବାହ କରିଛନ୍ତି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ରିପୋର୍ଟ ମୁତାବକ, ଉକ୍ତ ଯୋଡ଼ି ହେଲୋୱିନ୍‌ ଅବସରରେ ବିବାହ କରିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦୁହେଁ ଲୋକଙ୍କ ହାଡ଼, କଙ୍କାଳ, ଖପୁରି ଭର୍ତ୍ତି ଏକ ସ୍ଥାନରେ ବିବାହ କରିଛନ୍ତି। ଦମ୍ପତି କହିଛନ୍ତି, ସେମାନେ ରାତି ଖାଇବା ଖାଇସାରି ଜଣେ ସାଙ୍ଗ ତଥା ଗାଇଡ୍‌ଙ୍କ ସହିତ ପ୍ୟାରିସ୍‌ର କାଟାକୋମ୍ପଠାରେ ଥିବା ଏକ ଗୁପ୍ତ ରାସ୍ତା ଦେଇ ଏହି ସ୍ଥାନକୁ ଯାଇଥିଲେ। ସେଠାରେ ହାଡ଼, କଙ୍କାଳ, ଖପୁରି ପଡ଼ିଥିବା ମଝିରେ ବିବାହ କରିବା ସହ ଫଟୋଶୁଟ ମଧ୍ୟ କଲେ। ଏହି ଗୁମ୍ଫା ସ୍ଥଳଭାଗ ପ୍ରାୟ ୨୦ ମିଟର ତଳେ ରହିଛି। ଯେଉଁଠାରେ ଅନେକ ଖପୁରି ଏବଂ ହାଡ଼ ରହିଛି।

Share