Posted inଜାତୀୟ

ମୁଁ ଇଣ୍ଡିଆ ମେଣ୍ଟ ଗଢିଥିଲି, ଦରକାର ପଡିଲେ ତାକୁ…ଇଶାରାରେ କଂଗ୍ରେସକୁ ବଡ଼ ଧମକ ଦେଇଦେଲେ ମମତା!

ନୂଆଦିଲ୍ଲୀ,୭।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଯଦି ସୁଯୋଗ ଦିଆଯାଏ ତେବେ ସେ ଏହାର ଦାୟିତ୍ୱ ସମ୍ଭାଳିବେ। ଟିଏମସି ସୁପ୍ରିମୋ ପୁରା ବିରୋଧୀ ଦଳକୁ ନିୟନ୍ତ୍ରଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସାକ୍ଷାତକାରରେ ମମତା କହିଛନ୍ତି, ମୁଁ ଇଣ୍ଡିଆ ମେଣ୍ଟ ଗଠନ କରିଥିଲି, ବର୍ତ୍ତମାନ ଏହାକୁ ପରିଚାଳନା କରିବାକୁ ଯେଉଁମାନେ ଆଗେଇ ଆସୁଛନ୍ତି ସେମାନଙ୍କ ଉପରେ ସବୁ ନିର୍ଭର କରୁଛି।

ମମତା ବାନାର୍ଜୀଙ୍କୁ ପଚରାଗଲା ଯେ ସେ କାହିଁକି ମହାମେଣ୍ଟର ନେତୃତ୍ୱ ନେବାକୁ ଦ୍ୱିଧା କରୁଛନ୍ତି। ସେତେବେଳେ ସେ କହିଛନ୍ତି, ଯଦି ସୁଯୋଗ ଦିଆଯାଏ ତେବେ ମୁଁ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ଅଛି। ମୁଁ ପଶ୍ଚିମବଙ୍ଗ ବାହାରକୁ ଯିବାକୁ ଚାହୁଁ ନାହିଁ, କିନ୍ତୁ ମୁଁ ଏହାକୁ ଏଠାରୁ ଚଳାଇ ପାରିବି।

ତେବେ ମମତାଙ୍କ ଏହି ବୟାନ ପରେ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି। ସମାଜବାଦୀ ପାର୍ଟି ଟିଏମସି ସୁପ୍ରିମୋଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି। ସମାଜବାଦୀ ପାର୍ଟି କହିଛି, ଯଦି ମମତା ଇଣ୍ଡିଆ ମେଣ୍ଟର ନେତୃତ୍ୱ ନିଅନ୍ତି, ତେବେ ଆମର ଏଥିରେ କୌଣସି ଅସୁବିଧା ନାହିଁ। ଏସପି ନେତା ଉଦୟବୀର ସିଂ କହିଛନ୍ତି ଯେ ମମତା ଜଣେ ପ୍ରମୁଖ ନେତା ଏବଂ ତାଙ୍କ ଦଳ କ୍ରମାଗତ ଭାବେ ଭାଜପାକୁ ବିରୋଧ କରୁଛି। ୨୦୨୪ ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶ ସହିତ ବଙ୍ଗଳା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯାହା ଇଣ୍ଡିଆ ମେଣ୍ଟକୁ ଆଗକୁ ବଢିବାରେ ସାହାଯ୍ୟ କରିଛି । ତେଣୁ ସେମାନଙ୍କ ପାଇଁ ଆମର ସମର୍ଥନ ନିରନ୍ତର। ଯଦି ସମସ୍ତ ଦଳ ସହମତି ହୁଏ ତେବେ ସମାଜବାଦୀ ପାର୍ଟିର କୌଣସି ଆପତ୍ତି ରହିବ ନାହିଁ ଏବଂ ଆମେ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରିବୁ।

ଫାରୁକ ଅବଦୁଲ୍ଲା କହିଛନ୍ତି ଯେ, ମୁଁ ଶୁଣି ନାହିଁ କି ମୁଁ ଜାଣେ ନାହିଁ। ଅନ୍ୟପକ୍ଷରେ ଆରଜେଡି କହିଛି ଯେ, ଇଣ୍ଡିଆ ମେଣ୍ଟର ପ୍ରକୃତ ଆର୍କିଟେକ୍‌ ହେଉଛନ୍ତି ଲାଲୁ ପ୍ରସାଦ ଯାଦବ। ଆରଜେଡି ନେତା ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି ଯେ, ଲାଲୁ ଯାଦବଙ୍କ ଉଦ୍ୟମରେ ପାଟନାରେ ଇଣ୍ଡିଆ ଆଲାଇନ୍ସର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମମତା ମଧ୍ୟ ଭାଗ ନେଇଥିଲେ। ଆମେ ମମତାଜୀଙ୍କ ଏହି ମତ ଜାଣୁ। ଆମେ ଏହା ମଧ୍ୟ ଚାହୁଁଛୁ ଯେ ସେ ଇଣ୍ଡିଆ ମେଣ୍ଟର ଏକ ପ୍ରମୁଖ ଅଂଶୀଦାର ହୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Pahalgam Terror Attack: ପାକ୍‌କୁ ବଡ଼ ଧମକ ଦେଲା ଭାରତ, ରାଷ୍ଟ୍ରଦୂତଙ୍କୁ ପଠାଇଲା ସମନ

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତ। ଏହାରି ଭିତରେ ସବୁଠୁ ବଡ଼ ଖବର ହେଉଛି, ଭାରତ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ...

ଆଜିଠାରୁ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟରେ ଖରାଛୁଟି

ଭୁବନେଶ୍ୱର,୨୪।୪(ସୁଚିସ୍ମିତା ସାହୁ): ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ଏଥିରୁ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାରଠାରୁ ଉଚ୍ଚଶିକ୍ଷା ବିଭାଗ...

ମାଙ୍କଡ ଡେଇଁଚି, ସମୟ କହିପାରିବୁନି; ଅଘୋଷିତ ବିଦ୍ୟୁତ୍ କାଟ ପାଇଁ ଲୋକେ ଛଟପଟ

ଭଞ୍ଜନଗର,୨୪/୪(ବାବୁଲା ପ୍ରଧାନ)-ଅସହ୍ୟ ଗରମ ଯୋଗୁଁ ଲୋକେ ଆଜକୁ କିଛି ଦିନ ହେବ ଛଟପଟ ହେଉଛନ୍ତି। ଅନ୍ୟପଟେ ଭଞ୍ଜନଗର ଅଞ୍ଚଳରେ ଟାଟା ପାୱାର ପକ୍ଷରୁ ବାରମ୍ବାର ଅଘୋଷିତ...

Terror Attack Death: ଜନ୍ମମାଟିରେ ପହଞ୍ଚିଲା ଓଡ଼ିଆ ପୁଅଙ୍କ ମର ଶରୀର

ବାଲେଶ୍ୱର,୨୪।୭: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଆଜି ହେବ ଶେଷକୃତ୍ୟ। ଆଜି ଭୋରରେ ବାଲେଶ୍ୱର ଇସାଣୀରେ ପହଞ୍ଚିଛି...

ଢେଙ୍କାନାନ ପୋଲିସ -ଅପରାଧି ଗୁଳି ବିନିମୟ , କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗ ସଦସ୍ୟ ଆହତ

ଢ଼େଙ୍କାନାଳ,୨୪।୪(ରତନ ନାୟାର): ଢେଙ୍କାନାଳ ପୋଲିସ ଓ ଜଣେ ଦୂର୍ଦ୍ଧଷ ଅପରାଧି ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ଗୁଳି ବିନିମୟ ହୋଇଛି । ଏହି ଘଟଣାରେ ଜିଲାର...

Kashmir Terror Attack: ଆଉ ଜଣେ ଓଡ଼ିଆ ମୃତ

ଲାଠୋର,୨୪ା୪(ଭୁବନେଶ୍ୱର ବାରିକ): ମଙ୍ଗଳବାର ଅପରାହ୍ନରେ ଜମ୍ମୁ-କଶ୍ମୀରର ପହଲଗାମ୍‌ ଜିଲାରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଲାଠୋର ଗ୍ରାମର ଦିନେଶ ଅଗ୍ରୱାଲ(୪୫) ପ୍ରାଣ...

ପହଲଗାମ ଆତଙ୍କୀ ହମଲା: ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୩ା୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲାକୁ ନେଇ କେନ୍ଦ୍ର ସରକାର କଡ଼ା ମନୋଭାବ ଗ୍ରହଣ କରିଛନ୍ତି। ଏହି ଘଟଣାର ଗମ୍ଭୀରତାକୁ...

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image