‘ମୋତେ କ୍ୟାନ୍‌ସର ହୋଇଛି’

ଓ୍ବାଶିଂଟନ୍‌, ୨୧ା୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବୁଧବାର ଦେଇଥିବା ଭାଷଣର ଏକ ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ତାଙ୍କୁ କ୍ୟାନ୍‌ସର ହୋଇଥିବା ନେଇ ବାଇଡେନ୍‌ କହୁଥିବାର ଶୁଣିବାକୁ ମିଳିଛି। ବାଇଡେନ୍‌ଙ୍କ ଏଭଳି ବକ୍ତବ୍ୟକୁ ନେଇ ଅନେକେ ଚକିତ ହୋଇଥିବା ବେଳେ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ରଖାଯାଇଛି। ଗତ ବର୍ଷ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପୂର୍ବରୁ ବାଇଡେନ୍‌ ଚର୍ମ କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଚିକିତ୍ସା ପରେ ସେ ଏଥିରୁ ଆରୋଗ୍ୟ ଲାଭ କରିସାରିଛନ୍ତି। ଏହି କଥା ଜଣାଇବା ପାଇଁ ବାଇଡେନ୍‌ ଇଚ୍ଛା କରି ଏପରି କହିଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନର ସାମ୍ନା କରିବା ପାଇଁ କେତେକ ନିଷ୍ପତ୍ତି କାର୍ଯ୍ୟକାରୀ କରାଇବା ଉପରେ ଚର୍ଚ୍ଚା କରୁଥିବା ବେଳେ ବାଇଡେନ୍‌ ଏହା କହିଥିଲେ।

Share