ଜୟପୁର,୨୨ା୮: ରାଜସ୍ଥାନର ଜଣେ ଭାଜପା ନେତା ୫ ଗୋଚାଲାଣକାରୀଙ୍କୁ ହତ୍ୟା କରିଥିବା କହିଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବା ପରେ ପୋଲିସ ମାମଲା ରୁଜୁ କରିଛି। ଅଲଓ୍ବରର ପୂର୍ବତନ ବିଧାୟକ ଜ୍ଞାନଦେବ ଆହୁଜା ଏକ ସାମ୍ପ୍ରଦାୟିକ ହିଂସାରେ ପ୍ରାଣ ହରାଇଥିବା ଚିରନ୍ଜୀଲାଲଙ୍କ ପରିବାରକୁ ଭେଟିବା ପାଇଁ ଶୁକ୍ରବାର ଗୋବିନ୍ଦଗଡ଼କୁ ଯାଇଥିଲେ।
ସେଠାରେ ତାଙ୍କ ନିକଟରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ସେ କହିଥିଲେ, ପଣ୍ଡିତଜୀ, ବର୍ତ୍ତମାନ ସୁଦ୍ଧା ଲାଲଓ୍ବଣ୍ଡି ଓ ବେହରୋରରେ ମୁଁ ୫ ଜଣଙ୍କୁ ମାରିଛି। କିନ୍ତୁ ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ସେମାନେ ଜଣକୁ ହତ୍ୟା କରିଛନ୍ତି। ସେମାନଙ୍କୁ ମାରିବା ପାଇଁ ମୁଁ କର୍ମୀମାନଙ୍କୁ ମୁକୁଳା ଛାଡ଼ିଦେଇଛି।