Categories: ଜାତୀୟ

ମୋର ମୁଖ୍ୟମନ୍ତ୍ରୀ ପଦବୀ ପ୍ରତି ଲୋଭ ନାହିଁ: ଅଜିତ ପାଓ୍ବାର…

ମୁମ୍ବାଇ,୧୨।୮ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀ ସମ୍ପର୍କରେ ଆଲୋଚନା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶନିବାର ପୁଣେରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଅଜିତ କହିଛନ୍ତି ଗୁଜବ ପ୍ରତି ଧ୍ୟାନ ଦେବା ଉଚିତ ନୁହେଁ। ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ସେ ଏକ ଭଲ କାମ କରୁଛନ୍ତି। କାହିଁକି ମୁଁ ଏବଂ ଦେବେନ୍ଦ୍ର ଫଡନାଭିସ ଏହି ପଦବୀ ପ୍ରତି ଲାଳାୟିତ ନାହୁଁ।

ଚାନ୍ଦନୀ ଚୌକରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅଜିତ ଏହି ମନ୍ତବ୍ୟ ଦେଇଛନ୍ତି। ସରକାରରେ ସହଯୋଗଙ୍କେ ମଧ୍ୟରେ ମତଭେଦ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ କେବଳ ଗୋଟିଏ ଆସନ ଅଛି। ଏହା ପୂର୍ବରୁ ଦଖଲ ହୋଇସାରିଛି, ତେବେ ଆମେ ଦୁହେଁ କାହିଁକି ଏନେଇ ଲୋଗ କରିବୁ? ଆମେ ତିନିଜଣ ବିକାଶ କାର୍ଯ୍ୟରେ ନିୟୋଜିତ ନେତା। ଆମକୁ ଯାହା ବଣ୍ଟନ କରାଯାଇଛି ସେଥିରେ ଆମେ ସନ୍ତୁଷ୍ଟ। ଏନେଇ ଖବରଦାତାମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ରାଜ୍ୟ ସଭାପତି ନାନା ପାଟୋଲ ଦାବି କରିଥିଲେ ଉଭୟ ଉପମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପଦବୀ ଉପରେ ନଜର ରଖିଛନ୍ତି। ଶାସକ ମିଳିତ ମେଣ୍ଟର ସମସ୍ତ ତିନୋଟି ଦଳ ଶିବସେନା ଶିନ୍ଦେଙ୍କ ଦଳ, ଭାଜପା ଏବଂ ଏନସିପି ଅଜିତଙ୍କ ଦଳ ରାଜ୍ୟ ରାଜକୋଷକୁ ଲୁଟ କରିବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ପାଟୋଲ ଅଭିଯୋଗ କରିଥିଲେ ଶିନ୍ଦେଙ୍କ ସରକାରରେ ଜଣେ ମନ୍ତ୍ରୀ ୬ଟି ଜିଲାର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟର ୩୬ ଟି ଜିଲା ପାଇଁ ୧୯ ଜଣ ମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଏହାର ଅର୍ଥ ହେଉଛି ୧୭ ଟି ଜିଲାରେ ଏପର୍ଯ୍ୟନ୍ତ ପୂର୍ଣ୍ଣକାଳୀନ ମନ୍ତ୍ରୀ ନାହାଁନ୍ତି।

Share