Categories: ଜାତୀୟ

ମୋ ନାଁରେ କୌଣସି ଘର ନାହିଁ, କିନ୍ତୁ ଲକ୍ଷ ଲକ୍ଷ ମହିଳାଙ୍କୁ ଘରର ମାଲିକାଣୀ କରିଛି: ମୋଦି

ଅହମ୍ମଦାବାଦ୍‌,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ବୁଧବାର ଭଦୋଦରାଠାରେ ସେ ଏକ ରୋଡ ଶୋ’ କରିଥିଲେ। ରୋଡ ଶୋ’ ପରେ ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ଅଭିନନ୍ଦନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ତାଙ୍କୁ ଏଠାରେ ଅଭୂତପୂର୍ବ ସ୍ବାଗତ କରାଯାଇଥିଲା। ମହିଳା ସଂରକ୍ଷଣ ବିଲ ପାସ କରିବା ପରେ ଏହି ସ୍ବାଗତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିରୋଧୀମାନେ ଏହାକୁ ତିନି ଦଶନ୍ଧି ଧରି ବନ୍ଦ କରି ରଖିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ସରକାର ମହିଳା ସଂରକ୍ଷଣକୁ ବାସ୍ତବ ରୂପ ଦେଇଛନ୍ତି। ମୋ ନାଁରେ କୌଣସି ଘର ନାହିଁ, କିନ୍ତୁ ତାଙ୍କ ସରକାର ଦେଶର ଲକ୍ଷ ଲକ୍ଷ ମହିଳାଙ୍କୁ ଘରର ମାଲିକାଣୀ କରିଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାର ଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଆସିଥିବା ମୋଦି ଗୁଜରାଟର ଆଦିବାସୀ ବହୁଳ ଛୋଟା ଉଦେପୁରର ବୋଡେଲି ସହରରେ ଶିକ୍ଷା କ୍ଷେତ୍ର ସହ ଜଡିତ ୪୫୦୦ କୋଟି ଟଙ୍କାର ପ୍ରକଳ୍ପ ସମେତ ୫୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।

Share