Categories: ଖେଳ

ମୋର ରୋଜଗାର ନାହିଁ, କୌଣସି କାମ ଅଛି ଯଦି ଦିଅ: କାହିଁକି ଏମିତି କହିଲେ ରାହୁଲ ଦ୍ରାବିଡ

ବାର୍ବାଡୋସ୍‌,୩୦।୬: ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ ଦଳ ୨୦୨୪ ଟି-୨୦ ବିଶ୍ୱକପ ଜିତିଛି। ଏହି ବିଶ୍ୱକପ ଶେଷ ହେବା ସହିତ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ବର୍ତ୍ତମାନ ଭାରତର ଏହି ବିଜୟ ପରେ ରାହୁଲ ଦ୍ରାବିଡଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ କହିଛନ୍ତି, ଆସନ୍ତା ସପ୍ତାହରୁ ସେ ବେରୋଜଗାର ହୋଇଯିବେ। ଯଦି ମୋ ପାଇଁ କୌଣସି କାମ ଅଛି, ଦୟାକରି ମୋତେ ଜଣାନ୍ତୁ।
ଭାଇରାଲ ଭିଡିଓରେ ଦ୍ରାବିଡ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଦ୍ରାବିଡ କହିଛନ୍ତି, ଆସନ୍ତା ସପ୍ତାହରୁ ମୋ ଜୀବନ ସାଧାରଣ ହୋଇଯିବ। ଆସନ୍ତା ସପ୍ତାହରେ ମୁଁ ବେରୋଜଗାର ହୋଇଯିବି। ଯଦି କୌଣସି କାମ ଅଛି, ମୋତେ ଜଣାନ୍ତୁ।
ରାହୁଲ ଦ୍ରାବିଡ ନଭେମ୍ବର ୨୦୨୧ରେ ଭାରତୀୟ ଦଳର ମୁଖ୍ୟ କୋଚ ହୋଇଥିଲେ। ବର୍ତ୍ତମାନ ତାଙ୍କର କାର୍ଯ୍ୟକାଳ ଟି -୨୦ ବିଶ୍ୱକପ ୨୦୨୪ ପରେ ଶେଷ ହୋଇଛି। ଦ୍ରାବିଡ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ମନା କରିଦେଇଥିଲେ। ଏଭଳି ପରିସ୍ଥିତିରେ ଦ୍ରାବିଡଙ୍କ ପରେ ଟିମ ଇଣ୍ଡିଆ ଏକ ନୂତନ ମୁଖ୍ୟ କୋଚ ପାଇବ।

Share