Categories: ଜାତୀୟ

ଶିନ୍ଦେଙ୍କ ସହ ଯୋଗଦେବାରେ ମୋର କୌଣସି ସ୍ବାର୍ଥ ନାହିଁ: ଅଜିତ ପାଓ୍ବାର…

ମୁମ୍ବାଇ,୨୮।୮ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ରାଜନୀତିରେ କୌଣସି ସ୍ଥାୟୀ ବନ୍ଧୁ କିମ୍ବା ଶତ୍ରୁ ନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ର ଦ୍ୱାରା ଧର୍ମନିରପେକ୍ଷ ମହାରାଷ୍ଟ୍ର ଉପକୃତ ହେବ। ଏହି କାରଣରୁ ସେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରରେ ଯୋଗଦେଇଥିବା କହିଥିଲେ।

ସରକାରରେ ଯୋଗଦେବା ନିଷ୍ପତ୍ତି ପଛରେ ମୋର କୌଣସି ସ୍ବାର୍ଥ ନାହିଁ। କଳ୍ପନା କରାଯାଇଥିବା କଥାରେ କିଛି ବି ସତ୍ୟତା ନାହିଁ । ବିଡରେ ଏକ ସମାବେଶକୁ ସମ୍ବୋଧିତ କରି ସେ ଏହା କହିଛନ୍ତି।

ଅଜିତ ପାୱାରଙ୍କ ଚାଚା ତଥା ଏନସିପି ମୁଖ୍ୟ ଶରଦ ପାୱାର ଦଶ ଦିନ ପୂର୍ବରୁ ବିଡରେ ଏକ ରାଲିରେ ସମ୍ବୋଧିତ କରିଥିଲେ। ଅଜିତ ପାୱାର ତାଙ୍କୁ ତଥା ଅନ୍ୟ ଏନସିପି ମନ୍ତ୍ରୀଙ୍କୁ ସ୍ବାଗତ କରିଥିବାରୁ ସ୍ଥାନୀୟ ଶିବସେନା ଏବଂ ଭାଜପା ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

Share